-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||     

HOME   ଜିଲ୍ଲା

ନବମ ଜିଲ୍ଲା ପରିଷଦ ବୈଠକ

21-Jan-2025



ବଲାଙ୍ଗିର(ଦେବାଶିଷ ବହିଦାର): ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକତା ନବମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ମାନ୍ୟବର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂ ଦେଓ , ମାନ୍ୟବର ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂ ଦେଓ ଙ୍କ ସହ ଜିଲ୍ଲାପରିଷଦ ଉପ ସଭାପତି ଓ ମେମ୍ବରମାନେ ଉପସ୍ଥିତ ଥିଲେ ।  ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ  ଶ୍ରୀ ଗୌରୱ ଶିୱାଜୀ ଇସଲୱାର, ଜିଲ୍ଲା ପରିଷଦର ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର , ମାନ୍ୟବର ବିଧାୟକ ଙ୍କ ପ୍ରତିନିଧିଗଣ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ସଭା ରେ ଉପସ୍ଥିତ ରହିଥିଲେ ।
ଏହି ସଭାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହେଇଥିଲା । ପୂର୍ବ ବୈଠକରେ ହୋଇଥିବା ଆଲୋଚନା ତଥା ଗ୍ରାମ ପାନୀୟ  ଜଳ ଯୋଗାଣ ଏବଂ ପରିମଳ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ପ୍ରାଥମିକ ଶିକ୍ଷା ଓ ଗଣ ଶିକ୍ଷା, ଜଳସେଚନ , ଗ୍ରାମ୍ୟ ଉନୟନ, ଜାତୀୟ ରାଜପଥ, ଯୋଗାଣ ବିଭାଗ , ସମାଜ ମଙ୍ଗଳ ବିଭାଗ ଆଦି ବିଷୟରେ ଗୃହକୁ ଅଧିକାରୀ ମାନେ ସୂଚନା ଦେଇଥିଲେ । ପରିଷଦର ସମସ୍ତ ମନୋନୀତ ପ୍ରତିନିଧି ବୈଠକରେ ପଚାରିଥିବା ପ୍ରଶ୍ନମାନଙ୍କର ଉତ୍ତର ରଖିଥିଲେ ବିଭାଗୀୟ କତୃପକ୍ଷ । ପାନୀୟ ଜଳ ସମ୍ବନ୍ଧରେ ଆସିଥିବା ଅଭିଯୋଗ

ଗୁଡିକର ସମାଧାନ ତଥା ନୂଆ ସଂକଳ୍ପ ବିଷୟରେ ଆଲୋଚନା ହେଇଥିଲା । ବିଳମ୍ବ କରୁଥିବା କିମ୍ବା କାମର ମାନ ଖରାପ କରୁଥିବା କଳା ତାଲିକା ଭୁକ୍ତ କଣ୍ଟ୍ରାକ୍ଟରମାନଙ୍କ ତଥ୍ୟ ଗୃହରେ ସମସ୍ତଙ୍କୁ ଜଣାଇଥିଲେ ଗ୍ରାମ ପାନୀୟ ଜଳ ଯୋଗାଣର ବିଭାଗୀୟ ଅଧିକାରୀ ।  ସେହିପରି ଚାଲୁଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକ ମାର୍ଚ ସୁଦ୍ଧା ଶେଷ କରିବାକୁ ଅଧିକାରୀଙ୍କୁ ଗୃହ କହିଥିଲା । କଣ୍ଟ୍ରାକ୍ଟରମାନେ ଯିଏ କାମରେ ବିଳମ୍ବ କରିବେ ସେମାନଙ୍କୁ ପରବର୍ତୀ ସମୟରେ କାମ ନ ଦିଆ ଯାଉ ବୋଲି ପ୍ରସ୍ତାବ ଦିଆ ଗଲା । ମେଡ଼ିକାଲରେ ଡାକ୍ତର ଏବଂ ପାରାମେଡ଼ିକାଲ ଷ୍ଟାଫ ଅଭାବ, ଖୋଲାନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆବାସିକ ଗୃହ ପାଇଁ ଉପୁଜିଥିବା ଅସୁବିଧା ବାବଦରେ ଆଲୋଚନା ହୋଇଥିଲା । ସେହିପରି ଜିଲ୍ଲାପାଳ ବିଭିନ୍ନ ଜନଶୁଣାଣୀ ସମୟରେ ସମ୍ପୃକ୍ତ ଅଞ୍ଚଳକୁ ବୁଲି ସେ ଅଞ୍ଚଳରେ ପୂର୍ବରୁ ଥିବା ଅଭିଯୋଗ ଗୁଡିକ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଗୃହ ପ୍ରସ୍ତାବ ଦେଇଥିଲା ।  ତୁଷୁରା ମେଡ଼ିକାଲ ପରିସରରେ ଗଢି ଉଠିଥିବା ବେସରକାରୀ ଦୋକାନ ଗୁଡିକ ଭଙ୍ଗାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି କିଛି ସ୍ଥାନରେ କ୍ୟୁଆକମାନେ ଚିକିତ୍ସା କରୁଥିବା କଥା ଗୁରୁତ୍ବର ରୂପେ ନେଇ ମୁଖ୍ୟ ଚିକିତ୍ସାଧିକାରୀ ଏହାକୁ ତଦନ୍ତ କରିବେ ବୋଲି ଜଣାଇଥିଲେ । ଏହାର ଶୀଘ୍ର ସମାଧାନ ପାଇଁ ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଗୃହ ନିର୍ଦେଶ ଦେଇଥିଲେ । ସେହି ଭଳି ରାସ୍ତା ଅଧପନ୍ତରିଆ , ତଥା ମରାମତି ଅଭାବ ରୁ ସଦସ୍ୟ ମାନେ ଚିନ୍ତା ପ୍ରକଟ କରିଥିଲେ । ନୂତନ ମେଡିକାଲ କୋଠା କୁ ୱାର୍ଡଗୁଡିକୁ ଯଥାଶୀଘ୍ର ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026

You Might Also Like