-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
13-Jan-2025
ବଲାଙ୍ଗିର - ପୁଇଁନ୍ତଲା ବ୍ଲକ ଯୁଧିଷ୍ଟିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ତଥା ଜିଲ୍ଲା ନୋଡାଲ ଅଫିସର ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଡ. ଧନଞ୍ଜୟ ସେଠ, ଯୁକ୍ତ ଦୁଇ ପ୍ରଥମ ବର୍ଷ ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ୮ ଦିନ ପାଇଁ ଆତ୍ମ ସୁରକ୍ଷା ତାଲିମ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଛତାମଖନାର ଶାଖା ପରିଚାଳକ ଋଷବରାଜ ଗନ୍ତାୟତ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ସୁଦାମ ଚରଣ ଖମାରୀ, ଡ. ଦୈତାରି ପୁଝାରି, ପଦ୍ମାଳୟା ତ୍ରିପାଠି, ଚାରୁଲତା ମିଶ୍ର, ଡ. ପବିତ୍ର ଦଣ୍ଡସେନା, ରାଧାକାନ୍ତ ସାହୁ, ଦୁର୍ବାଦଳ ମିଶ୍ର, ଦିଗାମ୍ବର ପାଣ୍ଡେ, ଦୁଃଖିଶ୍ୟାମ ବାଗ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୮ ଜଣ ବାଳିକା ଅଂଶଗ୍ରହଣ କରି ମାଷ୍ଟର ଟ୍ରେନର ରଜନୀ ମଲ୍ଲିକ ଏବଂ ସୁବାଷିନୀ ମଲ୍ଲିକଙ୍କ ଠାରୁ ତାଲିମ ପାଇଥିଲେ । ଶେଷରେ ଖେଳ ଶିକ୍ଷକ ପ୍ରେମାନନ୍ଦ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।