-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
13-Jan-2025
ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ ର କୁଟାସିଂହା ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି l ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ରବୀନ୍ଦ୍ର ସାହୁ ଓ କାର୍ଯ ନିର୍ବାହୀ ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ଆଜିର ଜନ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଆଜିର ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରୁଦ୍ର ପ୍ରତାପ ସୁନା ଯୋଗ ଦେଇଥିଲେ l ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ ଧୀରେନ୍ଦ୍ର ମେହେର, ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶ୍ୟାମ ମେହେର,ବି ଏସ୍ ଓ ଶ୍ରୀ ସୁଶାନ୍ତ ମହାକୁର, ସ୍ବାସ୍ଥ୍ୟ ଓ ପରିମଳ ବିଭାଗର ଯନ୍ତ୍ରୀ ଶ୍ରୀ ଅରବିନ୍ଦ ମହାନ୍ତି ଓ ଦୁର୍ଗା ପ୍ରସାଦ ମିଶ୍ର, ଜ୍ଞାନରଞ୍ଜନ ସା, ବି ପି ଏମ ଶ୍ରୀ ସରୋଜ କୁମାର ଧରୂଆ, ଅତିରିକ୍ତ ମସ୍ୟ ଅଧିକାରୀ ଶ୍ରୀ ଧୁବଲ୍ କିଶୋର ମଲ୍ଲିକ,ଅରବିନ୍ଦ ପାଣ୍ଡେ ଯୋଗ ଦେଇଥିଲେ। ଏହାସହ ଯୋଗାଣ ବିଭାଗ , ର ସହଯୋଗୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ l ଜନ ଶୁଣାଣି କାର୍ଯ୍ୟକ୍ରମ ରେ କମ୍ ସଂଖ୍ୟା ରେ ଅଭିଯୋଗକାରୀ ଆସି ଥିବାର ଦେଖିବାକୁ ମିଳିଥିଲା l
ଆଜିର ଜନ ଶୁଣାଣି କାର୍ଯକ୍ରମ ରେ ନୂତନ ଭାବେ ଦୁଇଜଣ ବିକଳାଙ୍ଗ ଓ ଦୁଇଜଣ ବିଧବା ଙ୍କୁ ଦୁଇମାସ ର ଅଗ୍ରୀମ ଭତ୍ତା ରାଶି ବଣ୍ଟନ କରାଗଲା l ବିଶେଷ କରି ଆବାସ ଗୃହ କୁ ନେଇ ଅନେକ ଅଭିଯୋଗ ଲିଖିତ ଆକାରରେ କରିଥିବା ଦେଖିବାକୁ ମିଳିଥିଲା। ଆଜିର ଜନ ଶୁଣାଣି କାର୍ଯକ୍ରମ ରେ ଆବାସ ଗୃହ ନିମନ୍ତେ ମୋଟ 3ଟି ପଞ୍ଜିକରଣ ହୋଇଥିବା ବେଳେ ଅନ୍ୟାନ୍ୟ ଉପ ରେ 18 ଟି ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି l କୌଣସି କାରଣ ରୁ ବହୁ କମ୍ ସଂଖ୍ୟକ ଅଭିଯୋଗ କାରୀ ଆସିଥିବା ର ଦେଖିବାକୁ ମିଳିଥିଲା l