-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2025
ନୂଆପଡ଼ା ଜିଲ୍ଲା ସିନାପାଲି ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସ୍ଥାନୀୟ ସ୍ୱର ସଙ୍ଗମ କଳା ପରିଷଦ ଠାରେ ରବିବାର ଏକ ସାହିତ୍ଯ ଆସର ଅନୁଷ୍ଠିତ ହୋଇଯାଇଛି l ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବାମୀ ବିବେକାନନ୍ଦଙ୍କ ସ୍ମୃତିଚାରଣ ସହ ଜାତୀୟ ଯୁବ ଦିବସ ଓ ଗଣପର୍ବ ପୌଷ ପୂର୍ଣ୍ଣିମା ବିଷୟରେ ଆଲୋଚନା କରାଯାଇଥିଲା ା ଏହା ପରେ ଉପସ୍ଥିତ କବିମାନେ ସ୍ବରଚିତ ନବବର୍ଷ ସଂପର୍କିତ କବିତା ପାଠ କରିଥିଲେ l କାଯ୍ଯକ୍ରମରେ ମୂରଲୀଧର ସା, ରବିଂଦ୍ରନାଥ ଯୋଷୀ, ତ୍ରିନାଥ ମେହେର, ମୋହନ ଚରଣ ଦାସ, ତରୁଣ କୁମାର ମେହେର, ପରେଶନାଥ ପାଣିଗ୍ରାହୀ, ଧୃବ ଚରଣ ପଧାନ, ଶିବ ପ୍ରସାଦ ମେହେର, ହରେକୄଷ୍ଣ ମେହେର, ପ୍ରେମାନନ୍ଦ ମେହେର, ରଶ୍ମିରଞ୍ଜନ ସା, ମନୋଜ ମହାନନ୍ଦ, ଚୁଡ଼ାମଣି ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଶେଷରେ ପ୍ରଦ୍ଯୁମ୍ନ କୁମାର ସିଂଚିନ୍ଦା ଧନ୍ଯବାଦ ଦେଇଥିଲେ l
(ନୂଆପଡା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ)