-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
13-Jan-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଭୁବନେଶ୍ଵର ଠାରେ ଚାଲିଥିବା ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଗତ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ଆୟୋଜିତ ବିଭିନ୍ନ ସନ୍ତରଣ ପ୍ରତିଗୋଗିତାରେ ସୋନପୁରର ସନ୍ତରଣକାରୀ ମାନେ କୃତିତ୍ୱ ଅର୍ଜନ ତଥା କମାଲ ଦେଖାଇଛନ୍ତି। ୫୦ ମିଟର ବ୍ୟାକ୍ ଷ୍ଟ୍ରୋକ୍, ୫୦ ମିଟର ବଟର ଫ୍ଲାଏ, ୧୦୦ ମିଟର ଫ୍ରି ଷ୍ଟାଇଲ ଏବଂ ୫୦ ମିଟର ଫ୍ରି ଷ୍ଟାଇଲରେ ଆଦ୍ୟାଶମାନ ମେଣ୍ଡେଲୀ ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ରାଧାରାଣୀ ରାଜେଶ୍ବରୀ ସେଠୀ ୧୦୦ ମିଟର ଏବଂ ୫୦ ମିଟର ଫ୍ରି ଷ୍ଟାଇଲ ରେ ସ୍ଵର୍ଣ୍ଣ, ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ରୌପ୍ୟ ଏବଂ ୫୦ ମିଟର ବ୍ୟାକ୍ ଷ୍ଟ୍ରୋକ୍ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଠିକ୍ ସେହିପରି ସିଦ୍ଧେଶ୍ୱର ବାଘ ୫୦ ମିଟର ବଟର ଫ୍ଲାଏ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସନ୍ତରଣକାରୀଙ୍କ ଏହି କୃତିତ୍ଵ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସନ୍ତରଣ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।