-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜୀବନଶୈଳୀ

ଆଜି ମନେ ପଡନ୍ତି ଲୋକନାୟକ ଜୟପ୍ରକାଶ

08-Oct-2020



Delhi,08/10- ୧୯୭୦ର ମଧ୍ୟ ଭାଗରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ବିରୋଧ କରି ‘ସ˚ପୂର୍ଣ୍ଣ କ୍ରାନ୍ତି’ ବା ପୂର୍ଣ୍ଣ ବିପ୍ଳବର ଆହ୍ବାନ ଦେଇ ଜରୁରିକାଳୀନ ଆଇନ ବିରୋଧରେ ଭାରତୀୟଙ୍କୁ ଏକଜୁଟ କରାଇଥିବା ‘ଭାରତ ରତ୍ନ’ ଲୋକନାୟକ ଜୟପ୍ରକାଶ ନାରାୟଣ(ଜନ୍ମ: ୧୧ ଅକ୍‌ଟୋବର୍‌ ୧୯୦୨; ମୃତ୍ୟୁ: ୮ ଅକ୍‌ଟୋବର୍‌ ୧୯୭୯) ବିହାରର ସୀତାବ ଦିୟାରା ଗ୍ରାମରେ ଜନ୍ମ ହୋଇଥିଲେ। ସ୍ବାଧୀନତୋତ୍ତର ଭାରତବର୍ଷର ସର୍ବଶ୍ରେଷ୍ଠ ଲୋକନେତା ଭାବେ ତାଙ୍କୁ ଗ୍ରହଣ କରାଯାଇଛି। ଜୟପ୍ରକାଶ ଯୌବନରେ ଗାନ୍ଧୀବାଦ ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ ହେଁ ସାରା ଜୀବନ ନିଜକୁ କ˚ଗ୍ରେସ୍‌ ମଧ୍ୟରେ ସୀମିତ ରଖିପାରି ନ ଥିଲେ। ତାଙ୍କର ପତ୍ନୀ ପ୍ରଭାବତୀ ମଧ୍ୟ ଥିଲେ ଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗରେ ଚାଲୁଥିବା ମହିଳା। ସେ କସ୍ତୂରବା ଗାନ୍ଧୀଙ୍କର ଅତି ନିକଟତର ଥିଲେ। କ˚ଗ୍ରେସ୍‌ର ବିଭିନ୍ନ କାର୍ଯ୍ୟ-କଳାପ ପ୍ରସଙ୍ଗରେ ଜୟପ୍ରକାଶ ପତ୍ନୀଙ୍କ ସହ ସହମତ ହେଉ ନ ଥିଲେ ମଧୢ ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁ ନ ଥିଲେ। ଜୟପ୍ରକାଶ ଗାନ୍ଧୀବାଦ ସହ ମାର୍କ‌୍‌ସବାଦକୁ ଏକତ୍ର ଗ୍ରହଣ କରିଥିବା ଜନନାୟକଙ୍କ ମଧ୍ୟରେ ଅନ୍ୟତମ। ସ୍ବାଧୀନତା ପୂର୍ବରୁ କ˚ଗ୍ରେସ୍‌ ଭିତରେ ରହି ସେ ‘କ˚ଗ୍ରେସ୍‌ ସୋସାଲିଷ୍ଟ୍‌ ପାର୍ଟି’ ଗଠନ କରିଥିଲେ। ଦେଶ ସ୍ବାଧୀନ ହେବା ପରେ ନେହରୁଙ୍କ ତଥାକଥିତ ସ୍ବପ୍ନର ଭାରତ ତାଙ୍କୁ ବ୍ୟଥିତ କରିଥିଲା ଏବ˚ କ˚ଗ୍ରେସ ରାଜନୀତିରୁ ନିଜକୁ ଦୂରେଇ ସେ ପ୍ରକୃତ ଗାନ୍ଧୀବାଦୀ ଭାବେ ବିନୋବା ଭାବେଙ୍କ ସର୍ବୋଦୟ ଅନ୍ଦୋଳନରେ ଯୋଗଦେଇଥିଲେ। ସମଗ୍ର ବିହାରରେ ଭୂଦାନ ସପକ୍ଷରେ ପ୍ରଚାର କରିଥିଲେ। ‘ପ୍ରଜା ସୋସାଲିଷ୍ଟ୍‌ ପାର୍ଟି’ ସହ ମଧ୍ୟ ତାଙ୍କର ସ˚ପର୍କ ଚିରସ୍ଥାୟୀ ହୋଇପାରି ନ ଥିଲା। କାରଣ ସେ ‘ରାଜନୀତି’ରେ ନୁହେଁ ‘ଲୋକନୀତି’ରେ ବିଶ୍ବାସ କରୁଥିଲେ। ଗାନ୍ଧୀ ମହାତ୍ମାଙ୍କ ପରି ବର୍ଣ୍ଣବୈଷମ୍ୟବିହୀନ, ସତ୍ୟ ଓ ଅହି˚ସା ଉପରେ ଆଧାରିତ ସମାଜ ସେ ଚାହୁଁଥିଲେ।  ଜରୁରିକାଳୀନ ପରିସ୍ଥିତିରେ ସେ ଇନ୍ଦିରାଙ୍କ ବିରୋଧରେ ‘ସି˚ହାସନ ଖାଲି କରୋ କେ ଜନତା ଆତୀ ହୈ’ ଧ୍ବନି ମାଧୢମରେ ସ˚ପୂର୍ଣ୍ଣ ବିପ୍ଳବର ଆହ୍ବାନ ଦେଇଥିଲେ। ତାଙ୍କ ଉଦ୍ୟମରେ ୧୯୭୭ରେ ପ୍ରଥମ ଅଣ-କ˚ଗ୍ରେସ୍‌ ଦଳ ଭାବେ ଜନତା ପାର୍ଟି, କେନ୍ଦ୍ରରେ ସରକାର ଗଢ଼ିଥିଲା। ତେବେ, ସେ ମଧ୍ୟ ଗାନ୍ଧୀଙ୍କ ପରି କ୍ଷମତା-ରାଜନୀତିଠାରୁ ଦୂରେଇ ରହିବାକୁ ଚାହୁଁଥିଲେ; ନ ହେଲେ ଭାରତବର୍ଷର ପ୍ରଧାନ ମନ୍ତ୍ରୀ ଅବଶ୍ୟ ହେଇପାରିଥାଆନ୍ତେ।*

 

 


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ