-+91-9937148622 |

prerana_bgr@rediffmail.com |

  Tuesday 3rd November 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   (02-Nov-2026)       ||      ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !   (02-Nov-2026)       ||      ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ - ସୁଶାନ୍ତ କୁମାର ରଥ ସଭାପତି ଭାବେ ମନୋନୀତ    (02-Nov-2026)       ||      ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ   (02-Nov-2026)       ||      ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ   (02-Nov-2026)       ||      ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।   (02-Nov-2026)       ||      ବଲାଙ୍ଗୀର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ   (02-Nov-2026)       ||      ବଲାଙ୍ଗୀର ସହରରେ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ଦାବି   (02-Nov-2026)       ||      ଗରିବଙ୍କ ହକ୍‌ର ଚାଉଳ କୁଆଡ଼େ ଗଲା? ବାବେବିର ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ଅସନ୍ତୋଷ, ଯୋଗାଣ ସହାୟକଙ୍କ ବିରୋଧରେ ଅନିୟମିତତା ଅଭିଯୋଗ   (02-Nov-2026)       ||      ଆମପାଣି ଗ୍ରାମ ଠାରେ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ ପାଳିତ   (02-Nov-2026)       ||      ନାଗାଁ (ବି) ଠାରେ CRY ଓ PAP ପକ୍ଷରୁ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ଅଭିଯାନ ‘Ting Tang’ର ଶୁଭାରମ୍ଭ   (02-Nov-2026)       ||      ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   (02-Nov-2026)       ||      *ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   (02-Nov-2026)       ||      ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ    (02-Nov-2026)       ||      ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||     

HOME   ଜିଲ୍ଲା

ନାଗାଁ (ବି) ଠାରେ CRY ଓ PAP ପକ୍ଷରୁ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ଅଭିଯାନ ‘Ting Tang’ର ଶୁଭାରମ୍ଭ

02-Nov-2026



ନାଗାଁ (ବି)/ବଲାଙ୍ଗୀର(ପ୍ରେରଣା ଖବର): ଶିଶୁମାନଙ୍କୁ ଡିଜିଟାଲ୍ ଜଗତରେ ସୁରକ୍ଷିତ ରଖିବା ଏବଂ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ଆଜି ନାଗାଁ (ବି) ଗ୍ରାମଠାରେ CRY (Child Rights and You) ଓ ପଲ୍ଲୀ ଆଲୋକ ପାଠାଗାର (PAP)ର ମିଳିତ ସହଯୋଗରେ ଜାତୀୟ ଅନଲାଇନ୍ ସୁରକ୍ଷା ଅଭିଯାନ ‘Ting Tang’ର ଶୁଭାରମ୍ଭ କରାଯାଇଛି।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନ୍ୟବର ଶ୍ରୀ ସୁଜିତ କୁମାର ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ, ସୂଚନା ଓ ଲୋକସମ୍ପର୍କ ଏବଂ ବିଧାନସଭା ବ୍ୟାପାର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ।

ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁ ଓ କିଶୋର-କିଶୋରୀମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି କରିବା, ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆର ସକାରାତ୍ମକ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ସାଇବର ବୁଲିଂ, ଅନଲାଇନ୍ ଠକେଇ, ଟ୍ରୋଲିଂ, ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର ଓ ଅନଲାଇନ୍ ଯୌନ ଶୋଷଣ ଭଳି ବିପଦରୁ ଶିଶୁମାନଙ୍କୁ ସୁରକ୍ଷା ଦେବା। ଏଥିସହିତ ଶିଶୁମାନଙ୍କୁ ନିଜର ଡିଜିଟାଲ୍ ଅଧିକାର ଓ ସୁରକ୍ଷା ପ୍ରତି ସଚେତନ ଓ ଦାୟିତ୍ୱବାନ କରିବା ଏହି ଅଭିଯାନର ଅନ୍ୟତମ ଲକ୍ଷ୍ୟ।

କାର୍ଯ୍ୟକ୍ରମର ଆରମ୍ଭରେ ଶ୍ରୀ ଗୋବିନ୍ଦ ବିଶି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପଲ୍ଲୀ ଆଲୋକ ପାଠାଗାରର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ହୀରାଲାଲ ମିଶ୍ର ଅଭିଯାନର ପୃଷ୍ଠଭୂମି, ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ନିଜର ମତ ରଖିଥିଲେ।

ମାନ୍ୟବର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ନିଜ ଅଭିଭାଷଣରେ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଡିଜିଟାଲ୍ ମାଧ୍ୟମର ବ୍ୟବହାର ସମୟରେ ସତର୍କତା, ସଚେତନତା ଓ ଦାୟିତ୍ୱବୋଧ ରଖିବା ସହିତ ଶିଶୁମାନଙ୍କୁ ଅନଲାଇନ୍ ବିପଦରୁ ସୁରକ୍ଷା ଦେବାରେ ପରିବାର ଓ ସମାଜର ଭୂମିକା ରହିଥିବା ସେ ଉଲ୍ଲେଖ କରିଥିଲେ।ସେହିପରି ରାଜ୍ୟସଭା ସାଂସଦ ମାନ୍ୟବର ସୁଜିତ କୁମାର ଶିଶୁ ଓ କିଶୋର-କିଶୋରୀମାନଙ୍କ ସହ

ସିଧାସଳଖ ଆଲୋଚନା କରି ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ବିଷୟରେ ମତ ବିନିମୟ କରିଥିଲେ। ଡିଜିଟାଲ୍ ଜ୍ଞାନ ଓ ସୁଯୋଗର ସଦୁପଯୋଗ କରିବା ସହିତ ଅନଲାଇନ୍ ବିପଦ ପ୍ରତି ସଚେତନ ରହିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପଲ୍ଲୀ ଆଲୋକ ପାଠାଗାରର ସଭାପତି  ରମେଶ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଭିଯାନର ସଫଳ ଆୟୋଜନରେ ଶ୍ରୀ ପ୍ରଶାନ୍ତ କୁଅଁର, ପ୍ରହଲ୍ଲାଦ ପଧାନ, ସୁଶାନ୍ତ ସା ଓ ଆଶିଷ ବିଶ୍ୱାଳ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   02-Nov-2026
  ଜିଲ୍ଲା  
ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !   02-Nov-2026
  ଜିଲ୍ଲା  
ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ - ସୁଶାନ୍ତ କୁମାର ରଥ ସଭାପତି ଭାବେ ମନୋନୀତ   02-Nov-2026
  ଜିଲ୍ଲା  
ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ   02-Nov-2026
  ଜିଲ୍ଲା  
ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ   02-Nov-2026
  ଜିଲ୍ଲା  
ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।   02-Nov-2026
  ଜିଲ୍ଲା  
ବଲାଙ୍ଗୀର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ   02-Nov-2026
  ଜିଲ୍ଲା  
ବଲାଙ୍ଗୀର ସହରରେ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ଦାବି   02-Nov-2026
  ଜିଲ୍ଲା  
ଗରିବଙ୍କ ହକ୍‌ର ଚାଉଳ କୁଆଡ଼େ ଗଲା? ବାବେବିର ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ଅସନ୍ତୋଷ, ଯୋଗାଣ ସହାୟକଙ୍କ ବିରୋଧରେ ଅନିୟମିତତା ଅଭିଯୋଗ   02-Nov-2026
  ଜିଲ୍ଲା  
ଆମପାଣି ଗ୍ରାମ ଠାରେ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ ପାଳିତ   02-Nov-2026
  ଜିଲ୍ଲା  
ନାଗାଁ (ବି) ଠାରେ CRY ଓ PAP ପକ୍ଷରୁ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ଅଭିଯାନ ‘Ting Tang’ର ଶୁଭାରମ୍ଭ   02-Nov-2026
  ଜିଲ୍ଲା  
ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   02-Nov-2026

You Might Also Like