-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
23-Dec-2024
ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ ଝାରଣୀପାଲି ପଂଚାୟତ ରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଟି ସରପଞ୍ଚ ଶ୍ରୀମତୀ ସୁନିତା ସାହୁଙ୍କ ତତ୍ୱାବଧାନ ରେ ଶିବିର ଟି ଆୟୋଜିତ ହୋଇଥିଲା l ଆଜିର ଏହି ଅଭିଯୋଗ ଶୁଣାଣୀ ଶିବିର କୁ ତହସିଲଦାର ଶ୍ରୀ ଚଇନୁ ଗଣ୍ଡ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ଧୀରେନ୍ଦ୍ର ମେହେର, ଏବିଡ଼ିଓ ରୁଦ୍ରପ୍ରତାପ ସୁନା ଯୋଗ ଦେଇଥିଲେ l
ସିଡିପିଓ ଶୁଭଶ୍ରୀ ମିଶ୍ର, ଯୋଗାଣ ଅଧିକାରୀ ସୋମ୍ୟରଞ୍ଜନ ମହାନନ୍ଦ , ବିଏସଏସଓ ସୁଶାନ୍ତ ମହାକୁର, ଜନ ମଙ୍ଗଳ ଅଧିକାରୀ ସୁନୀଲ ସାହୁ, ଜଳ ଓ ପରିମଳ ଯନ୍ତ୍ରୀ ଦୁର୍ଗାପ୍ରସାଦ ମିଶ୍ର ସହ ବ୍ଲକ ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ଆଜିର ଅଭିଯୋଗ ଶୁଣାଣି ରେ ମୋଟ 36 ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି l ଆଜିର କାର୍ଯ୍ୟକ୍ରମ ମୋଟାମୋଟି ଭାବରେ ଶାନ୍ତିଶୃଙ୍ଖଳା ସହ ସମାପନ ହୋଇଥିବା ସରପଞ୍ଚ ଶ୍ରୀମତୀ ସୁନୀତା ସାହୁ ପ୍ରକାଶ କରିଛନ୍ତି l