-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
କୋରାପୁଟ, (ପ୍ରେରଣା ଖବର) - କୋରାପୁଟ ଜିଲ୍ଲା ଲମତାପୁଟ ମାଛକୁଣ୍ଡ ଥାନା ଅନ୍ତର୍ଗତ ସୁରୁମି ଗାଁ ନିକଟରେ କମାଣ୍ଡର ଓଲଟି ୧୦ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି । ଆହତ ଯାତ୍ରୀ ମାନଙ୍କୁ ଲମତାପୁଟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଜଳାପୁଟ ଅଂଚଳରୁ ପାଡୁଆ ଅଞ୍ଚଳକୁ ଯାଉଥିବା ସମୟରେ ସୁରୁମି ଗାଁ ଛକ ନିକଟରେ କମାଣ୍ଡରଟି ଭାରସାମ୍ୟ ହରାଇ ଓଲଟିଲା । ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟବାସିନ୍ଦାଙ୍କ ସହାୟତାରେ ଲମତାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ଭର୍ତ୍ତି କରାଯାଇଛି ।