-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||     

HOME   ଜିଲ୍ଲା

ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଓ ଯୁବ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ମହାରଣାଙ୍କୁ  ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

10-Jan-2021



ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର)-  ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଦିବଙ୍ଗତ ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଏବଂ ଯୁବ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ଉଦ୍ଦେଶ୍ୟରେ ସାମ୍ବାଦିକ ଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ପ୍ରତିଷ୍ଠାତା ସଦସ୍ୟ  ସତ୍ୟନାରାୟଣ ବେହେରା, ଓଡିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ କୁମାର ମହାନ୍ତି, ସଂଘର ସଭାପତି ହରିନାରାୟଣ ପୁଜାରୀ, ସାଧାରଣ ସମ୍ପାଦକ ବଳରାମ ମିଶ୍ର ଓ ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ ମଂଚାସୀନ ଥିଲେ ।   ଅମର ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ସଭା ପ୍ରାରମ୍ଭରୁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବାବେଳେ ଦିବଙ୍ଗତଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଉପସ୍ଥିତ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।  ଓୟୁଜେର ସଭାପତି ଶ୍ରୀ ମହାନ୍ତି ଶଙ୍କର ପ୍ରସାଦ ମିଶ୍ରଙ୍କ ଆଦର୍ଶ ଏବଂ ବିପ୍ଳବୀ ମାନସିକତା ସବୁଦିନ ପାଇଁ ସାମ୍ବାଦିକ ଜଗତରେ ବଂଚି ରହିବ ବୋଲି କହିବା ସହ ତାଙ୍କ ନାମରେ ରାଜ୍ୟସ୍ତରରେ ଏକ ଲାଇବ୍ରେରୀ ପ୍ରତିଷ୍ଠା ଓ ଏକ ସ୍ମାରକୀ ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯିବାକୁ ଓୟୁଜେ ପଦକ୍ଷେପ ନେଇଥିବା କହିଥିଲେ । ପ୍ରତାପ ଚନ୍ଦ୍ର ରଥ, ବିକ୍ରମାନନ୍ଦ ବହିଦାର, ପ୍ରଭାକର ମିଶ୍ର, ସନାତନ ଠାକୁର, ମନୋରଂଜନ ଯୋଷୀ, ଭାଗିରଥି ମିଶ୍ର, ବିଷ୍ଣୁ ପ୍ରସାଦ କେଡିଆ, ଗୋପାଲଜୀ ପାଣିଗ୍ରାହୀ, ହିମାଂଶୁ ପାଢ଼ୀ, ସୁବାସ ଚନ୍ଦ୍ର ପଣ୍ଡା, ସୁଧୀର ପଣ୍ଡା, ଗୋପବନ୍ଧୁ ଶତପଥି, କୈଳାଶ ଚନ୍ଦ୍ର ସାହୁ, ସୋମନାଥ ମିଶ୍ର, ଜୟଦେବ ପାଣିଗ୍ରାହୀ, ଦୟାନିଧି ସାହୁ, ବାବୁଲି ପଟ୍ଟନାୟକ, ଦୀପକ ସମାଦାର, ଶିବ ପ୍ରସାଦ ପରିଡା, ସଦାଶିବ ସରାଫ, ପୁର୍ଣ୍ଣ ଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ବଂଶୀଧର ସେଠ୍‌, ବାସୁଦେବ ରଥ, ସଂଜୟ ବେହେରା, ଅଶୋକ ଚନ୍ଦ୍ର ମହାନ୍ତି, କୃଷ୍ଣ ଚନ୍ଦ୍ର ମିଶ୍ର, ଲକ୍ଷ୍ମୀ ପଟ୍ଟନାୟକ  ପ୍ରମୁଖ ସ୍ୱର୍ଗତ ଶଙ୍କର ପ୍ରସାଦ ମିଶ୍ର ଓ ପ୍ରକାଶ ମହାରଣାଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ଶଙ୍କର ପ୍ରସାଦ ମିଶ୍ର ଜଣେ ନିର୍ଭିକ ତଥା ସାଲିସ ବିହୀନ ସାମ୍ବାଦିକ ତଥା ସାମ୍ବାଦିକ ମାନଙ୍କ ହକ୍ ପାଇଁ ଜଣେ ବିପ୍ଳବୀର ଭୂମିକା ନିର୍ବାହ କରୁଥିଲେ ଏବଂ ଯୁବ ସାମ୍ବାଦିକ ପ୍ରକାଶ ମହାରଣା ଜଣେ ଉଦୀୟମାନ ସାମ୍ବାଦିକ ପ୍ରତିଭା ଭାବରେ ସୁନାମ ଅର୍ଜନ କରିଥିଲେ ବୋଲି ସମସ୍ତେ ନିଜ ନିଜ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ ।  ସଭା ସଂଯୋଜନା କରିଥିଲେ ଉପସଭାପତି ଶ୍ରୀ ସାହୁ ଏବଂ ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026

You Might Also Like