-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
09-Dec-2024
କୁଚିଣ୍ଡାରେ ସ୍ଥାପନା ହେବ କେନ୍ଦ୍ରୀୟ ବିଦ୍ୟାଳୟ। କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ କୁଚିଣ୍ଡାରେ ଖୁସିର ଲହରୀ ଖେଳି ଯାଇଛି। ଏଥି ସହିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନ ପକ୍ଷରୁ ବି ପୂର୍ବରୁ ଦାବି କରାଯାଇଥିଲା। ଦାବି ପୁରଣ ହୋଇଛି ସ୍ଥାପନା ହେବ ବିଦ୍ୟାଳୟ। କୁଚିଣ୍ଡା ବାସୀ ଖୁସି ପ୍ରକାଶ କରିବା ସହ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଐତିହାସିକ ନିଷ୍ପତି ନେଇ ଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମିଠା ଖୁଆଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ରବିନାରାୟଣ ନାଏକ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମର କଳ୍ପନା ନାୟକ, ମଞ୍ଜୁକ୍ତା ପରିଡା, ମଧୁସ୍ମିତା ମହାପାତ୍ର, ଇନ୍ଦୁମତି ମିଶ୍ର, ଗାୟତ୍ରୀ ଚାଲାଣ, ସୁଜାତା ପ୍ରଧାନ, ସୀମା ଚୈଧୁରୀ ପ୍ରମୁଖ ସାମିଲ ହୋଇଥିଲେ।
(ସମ୍ବଲପୁର କୁଚିଣ୍ଡାରୁ ସିଲୁ ସୁନାନୀଙ୍କ ରିପୋର୍ଟ)