-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
09-Dec-2024
ଜମନକିରା: ସମ୍ବଲପୁର ଲେଡିଲୁଇସ ହାଇସ୍କୁଲ ଠାରେ ଗତ ୮ ତାରିଖରେ ଜିଲ୍ଲା ସ୍ତରୀୟ ଜାତୀୟ ଶକ୍ତି ସଂରକ୍ଷଣ ପ୍ରତିଯୋଗିତା ଜମନକିରା ବ୍ଲକ ଚିନିମହୁଲ ଠାରେ ଥିବା ଆଦର୍ଶ ବିଦ୍ୟାଳୟର ଛାତ୍ର ଶ୍ରୀମାନ ରୋହନରାଜ ଗିରି ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ବ୍ଲକକୁ ଗୌରବାନ୍ନିତ କରିଛନ୍ତି l ରୋହନ ଚଳିତ ମାସ ୧୪ ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ ସ୍ତରୀୟ ଶକ୍ତି ସଂରକ୍ଷଣ ଉତ୍ସବରେ ଯୋଗଦାନ କରିବେ l ତାଙ୍କର ଏହି ସଫଳତା ପାଇଁ ସେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି l ଉଲ୍ଲେଖଯୋଗ୍ୟ ଯେ ସେ କସଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ରଣଜିତ ଗିରି ଙ୍କ ସୁପୁତ୍ର ଅଟନ୍ତି l ପିଲାଟି ଦିନରୁ ସେ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜିଲ୍ଲା ତଥା ବ୍ଲକ ପାଇଁ ଅନେକ ସଫଳତା ସାଉଁଟିଛନ୍ତି l
(ଜମନକିରା ରୁ ନାଗମା ବେଗମ)