-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2024
ସୁବର୍ଣ୍ଣପୁର:( ମନୋରଞ୍ଜନ ତ୍ରିପାଠୀ )
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ସୋନପୁରସ୍ଥିତ ଭଡାଘରେ ଓ କାର୍ଯ୍ୟlଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି। ଓ ଏକକାଳୀନ ୧୧ଟି ସ୍ଥାନରେ ଚାଲିଥିଲା ରେଡ କରିଛି l ରେଡ ବେଳେ ସୋନପୁର ଭିଜିଲାନ୍ସ ବିଭାଗର ଅଧିକାରୀ ସମେତ ଏସପି, ୩ ଡିଏସପି, ୭ ଇନସପେକ୍ଚର ଏବଂ ଅନ୍ୟାନ୍ୟ ଷ୍ଟାଫ୍ ସାମିଲ ଥିବା ସୂଚନା ମିଳିଛି। ବଲାଙ୍ଗୀରରେ ଥିବା ଘର, ସୁବର୍ଣ୍ଣପୁର ଅଫିସ, ପୈତୃକ ଘର ବରଗଡ, ଭୁବନେଶ୍ୱର, ସୁବର୍ଣ୍ଣପୁର ଟାଉନ, ବଲାଙ୍ଗୀରରେ ଥିବା ସମ୍ପର୍କୀୟଙ୍କ ଘର, ଭୁବବନେଶ୍ୱରରେ ଥିବା ଭଡା ଘର, ବରଗଡରେ ଥିବା ଭଡା ଘରେ ଏକକାଳୀନ ଭିଜିଲାନ୍ସ ଚଢାଉ କରିଛି। ତେବେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ବିଭିନ୍ନ ସ୍ଥାନ ସ୍ଥାନରେ ତନାଘନା ଜାରି ରଖିଥିବା ସୂଚନା ରହିଥିବା ବେଳେ ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ପାଣିଗ୍ରାହି ରାଜ ନୈତିକ ଶିକାର ରେ ବଳି ପଡ଼ିନି ତ ? ଏ ବିଷୟ ମଧ୍ୟ ଆଜି ସକାଳ ର ବିଭିନ୍ନ ଚା ଖଟି ରେ ଚର୍ଚ୍ଚା ଜୋର୍ ଧରିଥିଲା l