-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||     

HOME   ରାଜ୍ୟ

ଶିକ୍ଷକଙ୍କ ଅଭାବ ସତ୍ତ୍ୱେ ଆଜିଠୁ ଖୋଲିଲା ସ୍କୁଲ

08-Jan-2021



ଭୁବନେଶ୍ୱର,, (ଶୁଭାଶିିଷ ନାୟକ) : କରୋନା କଟକଣା ଯୋଗୁଁ ଦୀର୍ଘ ନଅ  ମାସ ଧରି ବନ୍ଦ ପଡିଥିବା ସ୍କୁଲ ରେ ଆଜି ପିଲାଙ୍କ ପାଦ  ପଡିବ l ଏଠାରେ ଏସଓପି ମାନିବା ବାଧ୍ୟତାମୂଳକ କରାଯାଇ ଥିବା ଘୋଷଣା କରାଯାଇଛି ।ସେହି ପରି ପ୍ରତି ଶ୍ରେଣୀ ଗୃହରେ ୨୦ରୁ ୨୫ ଛାତ୍ରଛାତ୍ରୀ ପାଠ ପଢ଼ିବା ନେଇ ନିୟମ ଥିବାବେଳେ, ଏତେ କମ ସଂଖ୍ୟକ ଶିକ୍ଷକରେ କେମିତି ପଢିବେ ଛାତ୍ର ଛାତ୍ରୀ ତାକୁ ନେଇ ପ୍ରଶ୍ନ ଉଠିଛି।

କରୋନା ମହାମାରୀ ପାଇଁ ପ୍ରାୟ ୯ ମାସ ଧରି ସମସ୍ତ ସ୍କୁଲ ବନ୍ଦ ରହିବା ପରେ  ଆଜିଠୁ ସାରା ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ । କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ କୋଭିଡ ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବାକୁ ରାଜ୍ୟସରକାର ନିଷ୍ପତି ନେଇଛନ୍ତି । ନିୟମ ମୁତାବକ ସ୍କୁଲ କର୍ତ୍ତୃପକ୍ଷ, ଛାତ୍ରାଛାତ୍ରୀ, ଅଭିଭାବକ ସମସ୍ତେ ଧାର୍ଯ୍ୟ ଏସଓପି(SOP) ମାନିବା ବାଧ୍ୟତାମୂଳକ ।

ସ୍କୁଲ ଖୋଲିବା ପୂର୍ବରୁ ସରକାରଙ୍କ ଗାଇଡଲାଇନ ମୁତାବକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟରେ କଣ୍ଟେନମେଣ୍ଟ ଯୋନରେ ନଥିବା ସ୍କୁଲ ଗୁଡିକ ଖୋଲିବାକୁ ଅନୁମତି  ମିଳିଛି । ଏପରିକି କଣ୍ଟେନମେଣ୍ଟ ଜୋନରୁ କୌଣସି ଶିକ୍ଷକ ଓ ପିଲା ସ୍କୁଲ ଆସିପାରିବେ ମଧ୍ୟ ନାହିଁ । ସ୍କୁଲ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ କରାଯିବ । ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲାଯାଇ ପାରିବନି । ସ୍କୁଲ ବସ୍ ବଦଳରେ ଅଭିଭାବକ ପିଲାଙ୍କୁ ନିଜେ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି । କୌଣସି ପିଲାଙ୍କୁ ସ୍କୁଲକୁ ଆସିବା ବାଧ୍ୟତା ମୂଳକ ମଧ୍ୟ ନୁହଁ । ଏହାସହ କ୍ଲାସରୁମ୍, ଲାଇବ୍ରେରୀ, ଶୌଚାଳୟକୁ ସାନିଟାଇଜ କରାଯାଇ ଛାତ୍ରୀ-ଛାତ୍ରଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି ।

କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ଉଠାଇଛି ଓଷ୍ଟା(OSTA) । ଗାଇଡଲାଇନ ଅନୁସାରେ ପ୍ରତି ଶ୍ରେଣୀ ଗୃହରେ ୨୦ରୁ ୨୫ ଛାତ୍ରଛାତ୍ରୀ ପାଠ ପଢ଼ିବା ନେଇ ନିୟମ ରହିଛି । ୧୦୦ରୁ ଊର୍ଦ୍ଧ୍ୱ ପିଲା ଥିଲେ ୪ କିମ୍ବା ୫ଟି ଶ୍ରେଣୀ ଗୃହରେ ପଢ଼ାଇବାକୁ ପଡ଼ିବ। ରାଜ୍ୟରେ ଶିକ୍ଷକ ଅଭାବ ଥିବା ବେଳେ ଏହା କେମିତି ସମ୍ଭବ ହେବ ବୋଲି ଓଷ୍ଟା ପ୍ରଶ୍ନ କରିଛି । ବର୍ତ୍ତମାନ ରାଜ୍ୟରେ ଜଣେ ଜଣେ ଶିକ୍ଷକରେ ଅନେକ ସ୍କୁଲ ଚାଲିଛି । ଅନେକ ସ୍କୁଲରେ ଗଣିତ, ବିଜ୍ଞାନ ଓ ଇଂରାଜୀ ଶିକ୍ଷକ ମଧ୍ୟ ନାହାନ୍ତି । ତେଣୁ ତୁରନ୍ତ ଶିକ୍ଷକ ପଦବୀ ପୂରଣ କରିବା, ନଚେତ ଅଭାବ ପୂରଣ ପାଇଁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଓଷ୍ଟା ପରାମର୍ଶ ଦେଇଛି । ଏହାସହ ରବିବାରକୁ ଶିକ୍ଷାଦାନରୁ ମୁକ୍ତ ରଖିବାକୁ ନିବେଦନ ମଧ୍ୟ କରାଯାଇଛି ସଙ୍ଗଠନ ପକ୍ଷରୁ ।

ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଅପ୍ରେଲ ୨୬ ତାରିଖ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ କ୍ଲାସ ଚାଲିବା ନେଇ ଘୋଷଣା କରାଯାଇଛି । ସେହିପାରିଭାବେ ସ୍କୁଲ ଖୋଲିବାର ୨ ଦିନ ପରେ ଅର୍ଥାତ ଆସନ୍ତା ୧୦ ରୁ ୨୮ ତାରିଖରୁ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଏହାସହ ଫର୍ମ ପାଇଁ ଫିସ୍ ଦାଖଲର ଶେଷ ଦିନ ଭାବେ ଜାନୁଆରି ୨୭କୁ ରଖାଯାଇଛି ।

ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ୩ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୧୫ରୁ ଜୁନ‍୍‌ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରିଭାବେ, ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ‍୍‌ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ତାରିଖ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ୨୯ରୁ ମେ ୧୪ ତାରିଖ ପର୍ଯ୍ୟନ୍ତ ହେବା ନେଇ ନିର୍ଦେଶନାମା ଜାରୀ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026

You Might Also Like