-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
ମୟୂରଭଞ୍ଜ,(ପ୍ରେରଣା ଖବର) - ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନ ଶିମିଳିପାଳ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରୁ ଏକ ଦେଶୀ ବନ୍ଧୁକ ସହ ଜନୈକ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ ଶିକାରୀ ହେଉଛି ଉଦଳା ଥାନା ଅନ୍ତର୍ଗତ ଅମ୍ବିକାଦେଇପୁର ଗ୍ରାମର ଦୁବରାଜ ମୁର୍ମୁଙ୍କ ପୁଅ ବିଜୟ(୩୫)। ଗୁରୁବାର ବିଜୟ ନାମରେ ମାମଲା ରୁଜୁ ହେବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି। ବିଜୟ ନିଜ ସହିତ ଏକ ଦେଶୀ ବନ୍ଧୁକ, ଗୁଳି ପାଇଁ ଉଦ୍ଦିଷ୍ଟ ବାରୁଦ, ସାଇକେଲ ବଲ, ଅନ୍ୟ ମାରଣାସ୍ତ୍ର ଇତ୍ୟାଦି ଧରି ଅଭୟାରଣ୍ୟର ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପ ଅଂଚଳ ହାତୀକଟ ଚାରିଛକ ନିକଟରେ ବୁଧବାର ରାତିରେ ଯାଉଥିବା ବେଳେ ବନ କର୍ମଚାରୀ ମାନେ ତାକୁ ଅଟକ ରଖି ବନ୍ଧୁକ ଇତ୍ୟାଦି ଜବତ କରିଥିଲେ।