-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ନୂଆଦିଲ୍ଲୀ, (ପ୍ରେରଣା ଖବର) : ଭାରତରେ ଡ୍ରାଇଭିଙ୍ଗ ଲାଇସେନ୍ସ କରିବାକୁ ସରକାରୀ ଅଫିସର ଅନେକ ଚକ୍କର କାଟିବାକୁ ପଡିଥାଏ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଯାନବାହାନ ନିୟମ ୧୯୮୯ ରେ ସଂଶୋଧନ କରିଛନ୍ତି। ସଂଶୋଧନ ପରେ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବା ସହଜ ହୋଇଯାଇଛି। ଲାଇସେନ୍ସ ପାଇଁ ବର୍ତ୍ତମାନ ପୂର୍ବ ଭଳି ସବୁ କାଗଜପତ୍ର ବା ଦସ୍ତାବିଜ ଆବଶ୍ୟକ ପଡୁନି। କେବଳ ଆଧାର କାର୍ଡ ମାଧ୍ୟମରେ ଅନଲାଇନ୍ ଡ୍ରାଇଭିଙ୍ଗ୍ ଲାଇସେନ୍ସ ହୋଇପାରିବ। ଆଧାର କାର୍ଡ ମାଧ୍ୟମରେ ଅନଲାଇନରେ ଡ୍ରାଇଭିଙ୍ଗ ଲାଇସେନ୍ସ, ଲାଇସେନ୍ସ ରିନ୍ୟୁ ବା ନବୀକରଣ, ପଞ୍ଜିକରଣ ହୋଇପାରିବ। ଆପଣ ନିଜ ଡକ୍ୟୁମେଣ୍ଟ ସରକାରୀ ୱେବ୍ ପୋର୍ଟାଲରେ ସେଭ୍ କରି ରଖିପାରିବେ।
ଗତ ବର୍ଷ ଅକ୍ଟୋବର ମାସରେ ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ଆପଣଙ୍କୁ ନିଜ ଗାଡିରେ ଗାଡି କାଗଜପତ୍ର ଯେପରିକି ଡ୍ରାଇଭିଙ୍ଗ୍ ଲାଇସେନ୍ସ, ରେଜିଷ୍ଟ୍ରେସନ୍ ଡକ୍ୟୁମେଣ୍ଟ, ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍ ଭଳି ନାନା ଡକ୍ୟୁମେଣ୍ଟ ରଖିବାକୁ ପଡ଼ିବନି। ଏବେ ଆପଣ ଧରାପଡ଼ିଲେ ଟ୍ରାଫିକ୍ ପୋଲିସକୁ ଡିଜିଟାଲ୍ କପି ଦେଖାଇ ପାରିବେ।
ଗାଡି ସହ ଜଡିତ ଦସ୍ତାବିଜ୍ ଆପଣ ସରକାରୀ ପୋର୍ଟାଲରେ ସେଭ୍ କରି ରଖିପାରିବେ ଏବଂ ଏହାର ଡିଜିଟାଲ୍ କପି ଦେଖାଇ ନିଜ କାମ ମଧ୍ୟ କରାଇପାରିବେ। ନୂଆ ନିୟମ ପରେ ଗାଡି କାଗଜପତ୍ର ପାଖରେ ରଖିବା ଦରକାର ନାହିଁ। ସରକାରଙ୍କ ଅନୁଯାୟୀ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଇ-ଚାଲାଣ ସହ ଗାଡି ସହ ଜଡିତ ତମାମ୍ କାଗଜପତ୍ର ମେଣ୍ଟେନ ରଖାଯାଇପାରିବ।