-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ରେଢାଖୋଲ, (ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଜେପି ପକ୍ଷରୁ ସ୍ଥାନୀୟ ଶୁଣ୍ଢିମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁବାର ମଣ୍ଡଳ ସ୍ତରୀୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ନୂତନ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ସଂଗଠନକୁ କିପରି ତୃଣମୂଳ ସ୍ତରରୁ ସୁଦୃଢ କରାହେବ ସେହି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ରେଢାଖୋଲ ବ୍ଲକ ଅଞ୍ଚଳର ସନ୍ଥକବି ଭୀମଭୋଇ ମଣ୍ଡଳ , ଚାରମାଳ ମଣ୍ଡଳ , ରେଢ଼ାଖୋଲ ନଗର ମଣ୍ଡଳର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ହୋଇ ଥିଲେ । ଏହି ଶିବିରକୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର,ବିଜେପି ଜିଲ୍ଲା ସଭାପତି ଗିରିଶ ଚନ୍ଦ୍ର ପଟେଲ୍ , ରାଜ୍ୟ ସଂପାଦକ ସିମାଞ୍ଚଳ ଖଟେଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ଜିଲ୍ଲା ସଂପାଦକ ଅନିଲ ବେହେରା, ପୂର୍ବତନ ନଗର ଅଧ୍ୟକ୍ଷା ସୁଷମା ମୁଣ୍ଡା, ଡାକ୍ତର ରାଜକିଶୋର ବଡ଼ପଣ୍ଡା, ସମ୍ବଲପୁର ସାଂସଦଙ୍କ ରେଢାଖୋଲ ବ୍ଳକ ପ୍ରତିନିଧି ଶିବରାମ ସାହୁ, ରେଢ଼ାଖୋଲ ନଗର ସଭାପତି ରାମାନୁଜ ମହାପାତ୍ର, ଉପସଭାପତି ଝିଲି ବହିଦାର, ସାଧାରଣ ସଂପାଦକ ନରେନ୍ଦ୍ର ମଲ୍ଲିକ, ରାଜେନ୍ଦ୍ର ପ୍ରସାଦ ବୈଠାରୁ, ଯୁବ ମୋର୍ଚ୍ଚା ସଭାପତି ଅମର ସିଂ, ସୋରଜ ପ୍ରଧାନ, ଚେରେଙ୍ଗା ଦେହୁରୀ, ମହିଳା ମୋର୍ଚ୍ଚା ସଭାପତି ମଞ୍ଜୁସା ପ୍ରଧାନ, ସଂପାଦକ ଦିଲ୍ଲୀପ ଲାଉରିଆ, ସୋମ୍ୟରଞ୍ଜନ ଶାସିନୀ, ବିଚିତ୍ରାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ଥିଲେ।