-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଛବିଳ ସାଏ ଙ୍କ କର୍ମଭୂମି ରକ୍ତ ତୀର୍ଥ କୁଦୋପାଲିରେ ଆଜି ମଂଚ ର ମହିଳା ସଂଯୋଜିକା କାନ୍ତି ମେହେରଙ୍କ ନେତୃତ ଗରିବ ବୟୋଜ୍ୟଷ୍ଠ ବ୍ୟକ୍ତିମାନଂକୁ କମ୍ବଳ ବଣ୍ଟନ କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଂଚ ର ବରିଷ୍ଠ ସଦସ୍ୟ ସୁଦାମ ମେହେର କାର୍ଯ୍ୟକ୍ରମ ପାଇଁ କମ୍ବଳ ପ୍ରଦାନ କରିଥିଲେ l ଗାଁ ରେ ଅନେକ ଲୋକଙ୍କୁ ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା ମିଲୁନଥିବାରୁ ଅଭିଯୋଗ କରିଥିଲେ । ଏହି ବିଷୟରେ ମହାନଗର ନିଗମ ଅଧିକାରୀଙ୍କୁ ଅବଗତ କରାଇବା ପାଇଁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଂଚର କାର୍ଯକ୍ରମ ସଂଯୋଜିକା ଗୀତାରାଣୀ ପଣ୍ଡା, ପଙ୍କଜିନୀ ମେହେର , ଦେବାଶିଷ ବେହେରା, ଭବାନୀ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିଲେ l