-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ଭୁବନେଶ୍ବର, କଟକ (ଶୁଭାଶିଷ ନାୟକ) : ସ୍କୁଲ ଫି ମାମଲା ର ବିଚାର କରି କମିଟି ଆଧାରରେ ନିଆଯାଇଥିବା ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟରେ ସ୍କୁଲ ଫି ମାମଲା ପ୍ରସଙ୍ଗରେ ରାଜ୍ୟ ସରକାର ଦେଇଥିବା ରିହାତି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଲେ କୋର୍ଟ । ସମାନ ବିଷୟକୁ ନେଇ ହୋଇଥିବା ଅନ୍ୟ ମାମଲାର ଆଉ ବିଚାର ହେବ ନାହିଁ । କମିଟି ଆଧାରରେ ନିଆଯାଇଥିବା ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବି ଆର ଷଡଙ୍ଗୀଙ୍କ ଖଣ୍ଡପୀଠରେ ଶୁଣାଣୀ ହୋଇଛି ।
କରୋନା ମହାମାରୀକୁ ନେଇ ଦେଖାଦେଇଥିବା ସ୍ଥିତିରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସ୍କୁଲ ଫି ଛାଡ଼ ପ୍ରସଂଗକୁ ନେଇ ହାଇକୋର୍ଟରେ ଚାରୋଟି ମାମଲା ରୁଜୁ ହୋଇଥିଲା। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ସଭାପତି ପ୍ରଦୀପ୍ତ ନାୟକ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ