-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ବଲାଙ୍ଗୀର,- ବଲାଙ୍ଗୀର ର ବିଶିଷ୍ଟ ବ୍ୟବସାୟୀ ଲାଲଜନ ଅଗ୍ରୱାଲଙ୍କ ୯୫ ବର୍ଷ ବୟସରରେ ତାଙ୍କ ଟିକ୍ରାପଡା ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇପୁଅ ରତନ କୁମାର ଅଗ୍ରୱାଲ , ବାଲକିଶନ ଅଗ୍ରୱାଲ , ଏକମାତ୍ର ଝିଅ ରାଧାଦେବୀ ଅଗ୍ରୱାଲ , ବହୁ , ନାତୀ ନାତୁଣୀ ଓ ପଣ ନାତୀ ନାତୁଣୀ ଉପସ୍ଥିତ ଥିଲେ । ସେ ବାର୍ଦ୍ଧକ୍ୟଜନତି ରୋଗରେ ପିଡିତ ଥିଲେ । ସ୍ୱର୍ଗତ ଅଗ୍ରୱାଲଙ୍କ ଶେଷକୃତ ସ୍ଥାନୀୟ ବିଭୂତିପଡା ସ୍ଥିତ ଶ୍ମଶାନରେ ମାରୱାଡୀ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ କରାଯାଇଥିଲା । ସ୍ୱର୍ଗତ ଅଗ୍ରୱାଲଙ୍କ ଶବାଧାରରେ ବଲାଙ୍ଗୀର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ମାରୱାଡି ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଯୋଗ ଦେଇଥିଲେ । ସ୍ୱର୍ଗତ ଅଗ୍ରୱାଲ ଜଣେ ଭଦ୍ର , ଆମାୟିକ ଓ ପରୋପକାରୀ ବ୍ୟକ୍ତି ଥିବା ବେଳେ ବିଭିନ୍ନ ଅନୁଷ୍ଠନା ସହିତ ମଧ୍ୟ ଜହିତ ଥିଲେ । ତାଙ୍କ ମୃତ୍ୟୁରେ ବିଶେଷ କରି ଟିକ୍ରାପଡା , ମାଲପଡା ଓ ଦୈନିକ ବଜାର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।