-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା): ପ୍ରେମ ସମ୍ପର୍କ ଓ ଆର୍ଥିକ କାରବାରକୁ ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଦାବ୍ରିପଦର -ରାବଣଗୁଡା କେନାଲରେ ଯୁବକକୁ ହତ୍ୟା ଘଟଣାର ପର୍ଦାଫାସ...ଅଭିଯୁକ୍ତା ମହିଳା ଗିରଫ ।
ଏ ନେଇ କଳାହାଣ୍ଡି ଏସପି,ଡ଼.ସରବନ ବିବେକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଦାବ୍ରିପଦର - ରାବଣଗୁଡା କେନାଲ ହୁଡା ତଳେ ଗତ ଦୁଇ ତାରିଖରେ ବଡ଼ଘୁମର ଗ୍ରାମର ଲିଲାନିଧି ସୁନାନୀ(୨୮)ଙ୍କ ମୃତ ଦେହ ଦାବ୍ରିପଦର-ରାବଣଗୁଡା କେନାଲରେ ପଡିଥିବାର ନେଇ ଧର୍ମଗଡ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିଥିଲେ। ଧର୍ମଗଡ ଡିଏସପି ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ତଦନ୍ତ କରି ଏହି ହତ୍ୟାକାଣ୍ଡ ପଛରେ ଥିବା ଜଣେ ବିବାହିତା ମହିଳା କାନ୍ତି କୋଶି(୩୨)କୁ ଗିରଫ କରିଥିବା ଏସପି ସୂଚନା ଦେଇଛନ୍ତି। ଉକ୍ତ ମହିଳାଙ୍କ ସହିତ ଉକ୍ତ ଯୁବକର ପ୍ରେମ ସମ୍ପର୍କ ଥିଲା ଏବଂ ଆର୍ଥିକ ବିବାଦ କାରଣରୁ ଘଟଣାର ଦିନ ଉକ୍ତ ଯୁବକକୁ କେନାଲ ନିକଟରେ ମୁଣ୍ଡକୁ ଏକ ପଥରରେ ଛେଚିବା ପରେ ଛୁରୀ ଦ୍ୱାରା ଗଳା କାଟି ମାରିଥିବା ଏସପି ପ୍ରକାଶ କରିଛନ୍ତି। ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିବା ସଙ୍ଗେ ସଙ୍ଗେ ହତ୍ୟାକାଣ୍ଡରେ ବ୍ୟବହୃତ ପଥର,ଛୁରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ଜଣାଯାଇଛି।