-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
କଟକ, (ପ୍ରେରଣା ଖବର ବ୍ୟୁରୋ) : ସବ୍ଜେକ୍ଟିଭ୍ ବିଭାଗରେ ପ୍ରଶ୍ନ କେତେ ନମ୍ବର ବିଶିଷ୍ଟ ହେବ? କେଉଁ ଅଧ୍ୟାୟରୁ କେତେ ନମ୍ବର ପ୍ରଶ୍ନ ଆସିବ ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ହେଉଛି। ପଢ଼ନ୍ତୁ କଣ କହିଲେ ବୋର୍ଡ଼ କତ୍ତୃପକ୍ଷ।
କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବାବେଳେ ରାଜ୍ୟ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଲେ । ଏହା ସହିତ ମାଟ୍ରିକ ପରୀକ୍ଷା ତାରିଖ ବି ଚୂଡାନ୍ତ ହେଲା ଓ ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମ ପୂରଣ ସୂଚୀ ଘୋଷଣା ସରିଲାଣି । ତଥାପି ପରୀକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ମନରେ ଦ୍ବନ୍ଦ୍ବରେ ରହିଛନ୍ତି । ଏହାର କାରଣ ହେଉଛି ମାଟ୍ରିକ୍ ପରୀକ୍ଷାର ନମ୍ବର ବଣ୍ଟନ ହୋଇନାହିଁ । ଯାହାକି ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀ ଏହା ଜାଣିବା କଥା । ପ୍ରତି ବିଷୟରେ ୮୦ ନମ୍ବର ପରୀକ୍ଷା ହେବ, ଯେଉଁଥିରେ ୫୦ ନମ୍ବର ଅବ୍ଜେକ୍ଟିଭ୍ ପ୍ରଶ୍ନ ଓ ଅବଶିଷ୍ଟ ୩୦ ନମ୍ବର ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ। ଏତିକି କହି ମାଧ୍ୟମିକ ଶିକ୍ଷା ପରିଷଦ ଚୁପ୍ ହୋଇ ବସିଛନ୍ତି। ମାଟ୍ରିକ୍ ପରୀକ୍ଷା ପାଇଁ ଏହି ତଥ୍ୟ ଯଥେଷ୍ଟ ନୁହେଁ। ପ୍ରତି ବିଷୟର କେଉଁ ଅଧ୍ୟାୟରୁ କେତେ ନମ୍ବର ପଡ଼ିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।
ସୂଚନାଅନୁସାରେ ,ମେ ୩ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଚଳିତବର୍ଷ ପ୍ରତି ବିଷୟରେ ୧୦୦ ନମ୍ବର ବଦଳରେ ୮୦ନମ୍ବର ପରୀକ୍ଷା ହେବ । ଜଣେ ପରୀକ୍ଷାର୍ଥୀ ୮୦ ନମ୍ବରରୁ ପାଇଥିବା ନମ୍ବରର ପ୍ରତିଶତକୁ ହିସାବ କରି ଅବଶିଷ୍ଟ ୨୦ ନମ୍ବରରୁ ପରୀକ୍ଷାର୍ଥୀମାନେ ନମ୍ବର ପାଇବେ । ଗଣଶିକ୍ଷା ମନ୍ତ୍ରୀଙ୍କ ଏହି କଥାକୁ ସମସ୍ତେ ବୁଝିଛନ୍ତି । କିନ୍ତୁ ମାଟ୍ରିକ୍ ପରୀକ୍ଷାର ପ୍ରସ୍ତୁତି ପାଇଁ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ କଥା ରହିଛି, ଯାହା ବୋର୍ଡ କର୍ତ୍ତୃପକ୍ଷ ଏଯାଏ ସ୍ପଷ୍ଟ କରି ପାରିନାହାନ୍ତି ।
ପରୀକ୍ଷାରେ ୫୦ ନମ୍ବର ଅବ୍ଜେକ୍ଟିଭ୍ ପ୍ରଶ୍ନ ଆସିବ, ଏହାର ଉତ୍ତରକୁ ପରୀକ୍ଷାର୍ଥୀମାନେ ଓଏମ୍ଆର୍ ଫର୍ଦ୍ଦରେ ପୂରଣ କରିବେ। ଅବଶିଷ୍ଟ ୩୦ନମ୍ବର ସବ୍ଜେକ୍ଟିଭ୍ ପ୍ରଶ୍ନ ଆସିବ। କିନ୍ତୁ ସବ୍ଜେକ୍ଟିଭ୍ରେ ୫ନମ୍ବର, ୩ନମ୍ବର ଅଥବା ୨ନମ୍ବର ବିଶିଷ୍ଟ ପ୍ରଶ୍ନ ଆସିବ, ସେ ବିଷୟରେ ସୂଚନା ନାହିଁ।
ପ୍ରତ୍ୟେକ ବିଷୟରେ କେଉଁ ପ୍ରକାରର ପ୍ରଶ୍ନ ଆସିବ ଏବଂ କାହାକୁ ବାଦ୍ ଦିଆଯିବ ? ଯଦି ବାଦ୍ ଦିଆଯାଇଛି ତେବେ ପିଲାମାନେ ତାହାକୁ ପଢ଼ିବେ କାହିଁକି ? ଏବଂ ଯେଉ ସବୁ ସବ୍ଜେକ୍ଟିଭ୍ ପ୍ରଶ୍ନ ଆସିବ ପ୍ରତି ପ୍ରଶ୍ନର କେତେ ନମ୍ବର ବିଶିଷ୍ଟ ହେବ ? ଏପରି ଦ୍ବନ୍ଦ୍ବରେ ରହିଛି। ଜାନୁଆରି ୮ରୁ ସ୍କୁଲ ଖୋଲିଲେ, ଶିକ୍ଷକମାନେ ପାଠ ପଢ଼ାଇବା ସମୟରେ ପିଲାମାନଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ସମର୍ଥ ହେବେ କି ନାହିଁ ?
ଏସଂକ୍ରାନ୍ତରେ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମାର୍କ ଡିଷ୍ଟ୍ରିବ୍ୟୁସନ ବିଷୟରେ ଖୁବ୍ଶୀଘ୍ର ସୂଚନା ଦିଆଯିବ ।