-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ଭୁବନେଶ୍ୱର/ମାହାଙ୍ଗା,(ଶୁଭାଶିିଷ ନାୟକ) :ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ସମେତ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । କିନ୍ତୁ ବିଜେପି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ କରିବାକୁ ଦାବି କରୁଛି। ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ । ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ଥାନା ପୋଲିସ । ଏଥିସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଗତକାଲି ଗ୍ରାମାଞ୍ଚଳ ପୋଲିସ ଜଣଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ସମେତ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ମାନଙ୍କୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ ବି କରିଥିଲା ପୋଲିସ ।
ତେବେ ଘଟଣାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ଜୋରଧରିଛି । ବିଜେପି ପକ୍ଷରୁ ଏସପି ଅଫସି ମଧ୍ୟ ଘେରାଉ କରାଯାଇଥିବା ଦେଖାଦେଇଥିଲା ।ସେପଟେ ମାହାଙ୍ଗାରେ ବରିଷ୍ଠ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ନେଇ ରାଜନୀତି ସରଗରମ ଥିବା ବେଳେ ଓଡିଶାରେ ପହଁଚିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ଆଜି ବିଜେପି ଟିମ୍ ସହ ପୁରନ୍ଦେଶ୍ୱରୀ , ମୃତ କୁଳମଣି ବରାଳଙ୍କ ଗାଁ ନୃର୍ତ୍ତାଙ୍ଗ ଯିବା କାର୍ଯ୍ୟକ୍ରମ ରହିଛି । ତେବେ ରାଜ୍ୟରେ ପହଞ୍ଚିବା ପରେ କୁଳମଣି ବରାଳଙ୍କ ହତ୍ୟାକୁ ନେଇ ପୁରନ୍ଦେଶ୍ୱରୀ କହିଛନ୍ତି ଯେ,ଏହି ଘଟଣାରୁ ରାଜ୍ୟରେ ଆଇନଶୃଙ୍ଖଳା କେତେ ଢିଲା ତାହା ଦର୍ଶାଉଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ । ତେଣୁ ତାଙ୍କୁ ହତ୍ୟା କରାଯାଇଛି । ଏହାସହ ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହଛି ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ । ତେବେ ତାଙ୍କ ମନ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ । ପୁରନ୍ଦେଶ୍ୱରୀଙ୍କ ପୂର୍ବରୁ ରାଜ୍ୟ ବିଜେପି ସହ-ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ମଧ୍ୟ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ମାହାଙ୍ଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।
ହତ୍ୟା ଘଟଣାରେ ଅଭିଯୁକ୍ତ ଭାବରେ ପୋଲିସ ପଞ୍ଝାରେ ଅଛି କ୍ଷୀତୀଶ ଆଚାର୍ଯ୍ୟ । କିନ୍ତୁ ନୂଆବର୍ଷରେ ନୃତ୍ତାଙ୍ଗବାସୀଙ୍କୁ ଅଭିନନ୍ଦନ ଜଣାଇ ସେ ମାରିଥିବା ପୋଷ୍ଟରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ହେଉଛି କ୍ଷୀତୀଶ । ତେଣୁ ରାଜନୈତିକ ଶତ୍ରୁତାରୁ କୁଳମଣିଙ୍କୁ ହତ୍ୟା କରାଯାଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ଯେଉଁ ସଂଗୀନ ଅଭିଯୋଗ ଆଣୁଛନ୍ତି, ତାହା ଭିତ୍ତିହୀନ ନୁହେଁ ବୋଲି ଅନୁମାନ କରାଯାଉଛି ।