-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ଭୁବନେଶ୍ୱର/ପୁରୀ, (ପ୍ରେରଣା ଖବର ବ୍ୟୁରୋ) : ପୁରୀର ସୁଦ୍ଧ ମହାବୀର ଲେବୁଲ କ୍ରସିଂ ରୁ ଆଜି ୨୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ।
ପୁରୀରେ ଚାଲିଛି ବେଧଡକ ବ୍ରାଉନସୁଗାର କାରବାର । ଆଗି ପୁରୀରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ପୁରୀର ସୁଦ୍ଧ ମହାବୀର ଲେବୁଲ କ୍ରସିଂ ରୁ ଆଜି ୨୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି ଅବକାରୀ ବିଭାଗ । ଆଉ ଏହାର ଆନୁମାନିକ ମୁଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୁଚନା ମିଳିଛି । ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଶିବ ପ୍ରସାଦ ବେହେରା ଓ ରଘୁନାଥ ଦାସ ।
ସୁଚନା ଅନୁଯାୟୀ, ବାଲେଶ୍ୱରରୁ ଟ୍ରେନ୍ ଯୋଗେ ବ୍ରାଉନସୁଗାର ଚାଲାଣ ହେଉଥିଲା । ଏନେଇ ଅବକାରୀ ବିଭାଗ ଖବର ପାଇବା ପରେ ଚଢ଼ାଉ କରିଥିଲା । ବିଭାଗ ପକ୍ଷରୁ ସିଦ୍ଧ ମହାବୀର ରେଳ ଫାଟକ ଠାରୁ ବ୍ରାଉନସୁଗାର ଜବତ କରାଯାଇଛି । ଏଥିସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।