-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ସୋନପୁର (ପ୍ରେରଣା ଖବର): ଗୋଟିଏ ଟ୍ରେଡ୍ ପ୍ରମାଣପତ୍ରରେ ଚାରିଚକିଆ ଯାନ ଫାଇନାନ୍ସ କରାଯିବା ସଂର୍ପକରେ ଅଭିଯୋଗ ହେବା ପରେ ଏଚ୍ଡିଏଫ୍ସି ବ୍ୟାଙ୍କ ସୋନପୁର ଶାଖା ନାମରେ ସୋନପୁର ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୋଟିଏ ଟ୍ରେଡ ପ୍ରମାଣପତ୍ରରେ ୯ଟି ଚାରିଚକିଆ ଯାନ ଏଚ୍ଡିଏଫସି ବ୍ୟାଙ୍କ ସୋନପୁର ଶାଖା ପକ୍ଷରୁ ଫାଇନାନ୍ସ ହୋଇଥିବା ସୋନପୁର ଆଞ୍ଚଳିକ ପରିବହନ ବିଭାଗ ଜାଣିବାକୁ ପାଇଥିଲା। ଏହାକୁ ନେଇ ସୋନପୁର ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୋନପୁର ପୁଲିସ କେସ ନଂ ୩/୨୦୨୧ ତା.୫/୧/୨୦୨୧ ଧାରା ୪୨୦ରେ ଏଚ୍ଡିଏଫସି ବ୍ୟାଙ୍କ ସୋନପୁର ଶାଖା ନାମରେ ମାମଲା ରୁଜୁ କରିଛି। ଏହି ଘଟଣାର ତଦନ୍ତ ଚାଲିଛି, ତଦନ୍ତ ପରେ ସବୁ ଘଟଣା ଜଣାପଡ଼ିବ ବୋଲି ସୋନପୁର ଆଇଆଇସି ପୁଷ୍ପେନ୍ଦୁ ସାଗର ସୂଚନା ଦେଇଛନ୍ତି। ଏସ୍ଆଇ ସୁବ୍ରତ ପାଣିଗ୍ରାହୀ ଏହି ଘଟଣାର ତଦନ୍ତ କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗୋଟିଏ ଟ୍ରେଡ ପ୍ରମାଣପତ୍ରରେ ଗୋଟିଏ ଗାଡ଼ି ଫାଇନାନ୍ସ ହେବା କଥା। କେମିତି ଏଚ୍ଡିଏଫ୍ସି ବ୍ୟାଙ୍କ ସୋନପୁର ଶାଖା ପକ୍ଷରୁ ଗୋଟିଏ ଟ୍ରେଡ ପ୍ରମାଣପତ୍ରରେ ୯ଟି ଚାରିଚକିଆ ଯାନ ଫାଇନାନ୍ସ ହେଲା ତାହା ସନ୍ଦେହ ଘେରକୁ ଟାଣି ଆଣିଛି।