-+91-9937148622 |

prerana_bgr@rediffmail.com |

  Wednesday 19th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||     

HOME   ଅପରାଧ

ରୋଗୀଙ୍କୁ ମାଡ଼ ଅଭିଯୋଗ : ଆଦର୍ଶ ଡାକ୍ତରଙ୍କ ନାଁରେ ମାମଲା ରୁଜୁ

07-Jan-2021



ବଲାଙ୍ଗୀର (ପ୍ରେରଣା ଖବର): ମାଲକାନଗିରିର ଅଗମ୍ୟ ଅଂଚଳରେ ନିଷ୍ଠାପର ଭାବେ ରୋଗୀ ସେବା, ଏପରିକି ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଗାଁରୁ ଡାକ୍ତରଖାନାକୁ ବୋହି ଆଣିବା ଘଟଣାରେ ସାରା ରାଜ୍ୟରେ ଚର୍ଚ୍ଚାରେ ଥିଲେ ଡାକ୍ତର ଓମକାର ହୋତା। ଏଥିପାଇଁ ସବୁଆଡ଼ୁ ପ୍ରଶଂସା ସାଉଁଟିବା ସହ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ବି ପାଇଥିଲେ। ହେଲେ ଏବେ ଭିନ୍ନ କାରଣରୁ ସେ ଚର୍ଚ୍ଚାରେ। ଟିଟିଲାଗଡ଼ରେ କାର୍ଯ୍ୟରତ ଏହି ଡାକ୍ତରଙ୍କ ବିରୋଧରେ ରୋଗୀଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି। ଥାନାରେ ମାମଲା ବି ରୁଜୁ ହୋଇଛି। ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଟିଟିଲାଗଡ଼ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା ଜଣେ ଯୁବକ ମଙ୍ଗଳବାର ସଂଧ୍ୟାରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାକୁ ଟିଟି ଇଞ୍ଜେକ୍ସନ ନେବାକୁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ନିକଟକୁ ଯିବା ସମୟରେ ଡା. ହୋତା ଫୋନ୍‌ରେ କାହା ସହ କଥାବାର୍ତ୍ତା କରୁଥିଲେ। କିଛି ସମୟ ଅପେକ୍ଷା କରିବା ପରେ ରୋଗୀ ଜଣକ ନର୍ସଙ୍କ ନିକଟକୁ ଯାଇଥିଲେ। ଡାକ୍ତରଙ୍କଠାରୁ ପ୍ରେସ୍‌କ୍ରିପ୍‌ସନ୍‌ ଲେଖାଇ ଆଣିଲେ ନର୍ସ ଟିଟି ଇଞ୍ଜେକ୍ସନ ଦେବେ ବୋଲି କହିଥିଲେ। ଏହାପରେ ପୁଣି ପୃଥ୍ୱୀରାଜ ଡାକ୍ତରଙ୍କ ନିକଟକୁ ଆସି ପ୍ରେସକ୍ରିପ୍‌ସନ୍‌ ଲେଖିବାକୁ କହିବାରୁ ଡାକ୍ତର ଉତ୍ତେଜିତ ହୋଇ ତାଙ୍କର ରେଜିଷ୍ଟ୍ରେସନ ସ୍ଲିପକୁ ଚିରିଦେବା ସହ ମାଡ଼ ମାରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଟିଟିଲାଗଡ଼ ପୁଲିସ କେସ ନଂ-୪, ଦଫା-୩୪୧,୨୯୪,୩୨୩ ଆଇପିସି, ଏସସିଏସଟି(ପିଏ)ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ଡାକ୍ତର ଓମକାର ହୋତା ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ରୋଗୀ ଜଣକ ପ୍ରଥମେ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଆଜି ଟିଟିଲାଗଡ଼ ପୁଲିସ ଡାକ୍ତରଖାନାକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ସଂଧ୍ୟାରେ ବଲାଙ୍ଗୀର ଏଏସ୍‌ପି ଏହି ଘଟଣାର ଅନୁଧ୍ୟାନ ପାଇଁ ଟିଟିଲାଗଡ଼ରେ ପହଞ୍ଚିଥିବା ସୂଚନା ମିଳିଛି। ଟିଟିଲାଗଡ଼ ଏସଡିପିଓ କହିଛନ୍ତି, ରୋଗୀ ଓ ଡାକ୍ତର ଉଭୟଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି ବୋଲି ଏସଡିଏମଓ ଡା. କିରଣମୟୀ ପଣ୍ଡା ସୂଚନା ଦେଇଛନ୍ତି। ତଦନ୍ତ ପରେ ହିଁ ପ୍ରକୃତ ଘଟଣା କ’ଣ ଘଟିଛି ତାହା ସେ ପ୍ରକାଶ କରିପାରିବେ ବୋଲି କହିଛନ୍ତି।

ଫୋନ୍‌ରେ କରୁଥିଲେ ଚିକିତ୍ସା!
ଡା. ଓମକାର ହୋତାଙ୍କ ନାଁରେ ଟିଟିଲାଗଡ଼ ଥାନାରେ ଅଭିଯୋଗ ପହଞ୍ଚିବା ପରେ ପୁଲିସ ରୋଗୀଙ୍କୁ ମେଡିକାଲ ଚେକଅପ ପାଇଁ ପୁଣି ସେହି ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ପୁଲିସ ସହ ଯାଇଥିବା ପୃଥ୍ୱୀରାଜ ଓ ଡାକ୍ତରଙ୍କ ଭିତରେ କଥାବାର୍ତ୍ତାକୁ କେତେ ଜଣ ଗଣମାଧ୍ୟମ ପ୍ରତିନିଧି ରେକର୍ଡ କରିଥିଲେ। ଡା. ହୋତା ତାଙ୍କ ସଫେଇରେ ପୃଥ୍ୱୀରାଜଙ୍କୁ କହିଥିଲେ, ସେ ଜଣେ ଗୁରୁତର ରୋଗୀଙ୍କ କଥା ଫୋନରେ ବୁଝୁଥିଲେ। ସେହି ରୋଗୀ ପ୍ରଥମେ ନା ତମର ଚିକିତ୍ସା ପ୍ରଥମରେ ହେବ ବୋଲି କହିଥିଲେ। ପୂର୍ବରୁ ମଧ୍ୟ ଟିଟିଲାଗଡ଼ ଡାକ୍ତରଖାନାରେ ସେ ଡ୍ୟୁଟିରେ ଥିବା ବେଳେ ଆଉ ଜଣେ ବ୍ୟବସାୟୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସେହି ମାମଲା ବିଶେଷ ଚର୍ଚ୍ଚାର ପରିସରକୁ ଆସିନଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026

You Might Also Like