-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ଲାଙ୍ଗୀର/ଟିଟିଲାଗଡ,(ପ୍ରେରଣା ଖବର) -ମଙ୍ଗଳବାର ଦିନ ସନ୍ଧ୍ୟ ସମୟରେ ଜଣେ ବ୍ୟକ୍ତି ଦୁର୍ଘଟଣା ଘଟି ଆହତ ହୋଇ ଟିଟିଲାଗଡ ସରକାରୀ ଚିକିତ୍ସାଳୟ କୁ ଯାଇଥିଲେ । କୋଭିଡ-୧୯ କଟକଣା କୁ ନେଇ ଡାକ୍ତର ଙ୍କ ନିକଟକୁ ରୋଗୀ ଓ ଜଣେ ସମ୍ପର୍କୀୟ ଯିବା ନିୟମ କାର୍ଯ୍ୟକାରୀ ହେଉଥିବା ବେଳେ ଏକାଧିକ ଲୋକେ ଆଉଟ ଡୋର କୁ ପସିଯାଇଥିଲେ । ଉକ୍ତ ଲୋକଙ୍କ ମଧ୍ୟରେ କିଛି ବ୍ୟକ୍ତି ମଦ୍ୟପାନ କରିଥିବା ବେଳେ ସେଠାରେ ଡାକ୍ତର ଫୋନରେ କଥା ହୋଇ ଆବଶ୍ୟକୀୟ ଇଞ୍ଜେକ୍ସନ ଆଣିଲ କି ବୋଲି ପଚାରିବାରୁ କାର୍ଯ୍ୟରତ ଡାକ୍ତର ଙ୍କୁ ସରକାର ଇଂଜେକସନ ମାଗଣା ଦେବେ ଆମେ କିଣିବୁନି କହିଥିଲେ । ସେହିପରି ଡାକ୍ତର ହେଲେ ଟିଟାନସ ଇଂଜେକସନ ସରକାରୀ ଯୋଗାଣ ନ ଥିବା କହିବୁଝେଇଥିଲେ । ହେଲେ ନିଶାରେ ଡାକ୍ତର ହୋତା ଙ୍କୁ ଦୁର୍ବ୍ୟବହାର କରିଥିଲେ । ଟିଟିଲାଗଡ ଥାନା ରେ ଡାକ୍ତର ଖାନା ରେ ଏହି ଆକ୍ରମଣ ଅଭିଯୋଗ କରି ଉକ୍ତ ପରିବାର ଲୋକେ ଅଭିଯୋଗ କରିବା ସହ ତାଙ୍କୁ ଗଣ୍ଡା ବୋଲି ଜାତିଆଣ ଆକ୍ଷେପ କରି ଗାଳିଦେବା ଓ ଆକ୍ରମଣ କରିବା ସମ୍ପୂର୍ଣ୍ଣ ମିଛ ବୋଲି ସି ସି ଟି ଭି ରୁ ଜଣାଯାଇଥିବା ସୂଚନା ପ୍ରଦାନ କରିଛନ୍ତି । ଅନ୍ୟ ପଟେ ଡାକ୍ତରଙ୍କ କହିବାନୁଯାୟୀ ସେ ବ୍ୟକ୍ତି ମୋତେ ଅଭଦ୍ର ଭାଷା ରେ ଗାଳି କରି ବାଡେଇବା ପାଇଁ ଆସୁଥିବା ବେଳେ ମୁଁ ବିରୋଧ କରିବାରୁ ଏମିତି ମିଥ୍ୟା ଅଭିଯୋଗ କରିଛି ବୋଲି କହିଛନ୍ତି । ବିଭାଗୀୟ ପ୍ରଶାସନ ତରଫରୁ ଡାକ୍ତରଖାନାରେ ଲାଗିଥିବା ସିସିଟିଭି ଫୁଟେଜ ରୁ ଜଣାଯାଇଛି ଯେ,ଡ଼ାକ୍ତର ଙ୍କୁ ଉକ୍ତ ଆହତ ଙ୍କ ସହ ଥିବା ଯୁବକ ଦୁର୍ବ୍ୟବହାର କରିଛନ୍ତି । ଏପରି କି ଟିଟିଲାଗଡ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଵଡ ସମସ୍ୟା, ସେ ଭିତରେ ଜଣେ ଜଣେ ଡ଼ାକ୍ତର ଓଭରଟାଇମ ତଥା ଦୂଇଟି ଲେଖାଏଁ ସିଫ୍ଟ ଡ୍ୟୃଟି କରିବାକୁ ପଡୁଛି ବୋଲି ଜଣା ଯାଇଛି । ପୂର୍ବରୁ ଏହି ଡାକ୍ତରଖାନାରେ ଡାକ୍ତର ଙ୍କୁ ଆକ୍ରମଣ ଘଟଣା ର ନଜିର ରହିଛି । ଉପଯୁକ୍ତ ସିକ୍ୟୂରିଟି ଗାର୍ଡ ମଧ୍ୟ ନାହାନ୍ତି, ସରକାର ଏ ଦିଗରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି।