-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଚାରମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ହିନ୍ଦୁ ଯୁବକ ଏବଂ ଜଣେ ମୁସଲମାନ ଯୁବତୀ ମଧ୍ଯରେ ପ୍ରେମଜନିତ କାରଣରୁ ବିରେନ୍ଦ୍ର ଷଡଙ୍ଗୀ(୨୩) ନାମକ ଜଣେ ଯୁବକ ନିଜ ଘରେ ମଙ୍ଗଳବାର ରାତିରେ ବେକରେ ରଶି ଲଗେଇ ମ୍ରୁତ୍ୟୁ ବରଣ କରିଛନ୍ତି। ଏ ନେଇ ମୃତ ଯୁବକଙ୍କ ବାପା ଗୋପବନ୍ଧୁ ଷଡଙ୍ଗୀ ଚାରମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଏ ସଂକ୍ରାନ୍ତରେ ଚାରମାଳ ଥାନା କେସ ନମ୍ବର ୦୨/୨୦୨୧ ରେ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହି ଥିବା ଥାନା ଅଧିକାରୀ ବସନ୍ତ କୁମାର ଦଳେଇ ପ୍ରକାଶ କରିଛନ୍ତି।ଯୁବକ ଜଣଙ୍କ ସେହି ଚାରମାଳ ଗ୍ରାମର ଜୈନିକ ଜଣେ ମୁସଲମାନ ଯୁବତୀଙ୍କ ସହ ବିଗତ ୫ବର୍ଷ ହେଲା ତାଙ୍କ ସହ କୁଆଡେ ପ୍ରେମ ସମ୍ପର୍କ ଗଢି ଉଠି ଥିବା ପ୍ରକାଶ କରି ଛନ୍ତି। ପୂର୍ବରୁ ପ୍ରେମିକ ଓ ପ୍ରେମିକାଙ୍କ ମିଳା ମିଶାକୁ ଝିଅଙ୍କ ପରିବାର ଲୋକେ ବାରଣ କରି ଥିଲେ। ହେଲେ ଏହାରି ମଧ୍ୟରେ ଝିଅ ପରିବାର ଲୋକେ ତାଙ୍କ ଝିଅଙ୍କୁ ବିବାହ କରିବା ପାଇଁ ତାଙ୍କ ସମାଜର ପୁଅ ଠିକ କରି ୨ ମାସ ପରେ ବିବାହ କରାଇବେ।ମାତ୍ର ଆଜି ପୁଣି ପ୍ରେମିକ ଜଣଙ୍କ ତାଙ୍କ ପ୍ରେମିକାଙ୍କୁ ପୁଣି ଫୋନ କରି ଥିଲେ। ଏହା ପରେ ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ କୁଆଡେ ମନ ମାଳିନ ହେଇଥିବା ସନ୍ଧେହ କରାଯାଇଛି।ଏପରିକି ମୃତ ଯୁବକ ବାପାଙ୍କ ଅଭିଯୋଗ ଅନୁସାରେ ତାଙ୍କର ପୁଅକୁ ଝିଅଙ୍କ ପରିବାର ଲୋକେ ନିର୍ଯାତନା ଦେବାରୁ ତାଙ୍କ ପୁଅ ଆତ୍ମହତ୍ୟା କରି ମ୍ରୁତ୍ୟୁବରଣ କରିଛନ୍ତି । ଏ ନେଇ ଚାରମାଳ ଥାନାରେ ଝିଅ ଘର ଲୋକ ବାପା ମସୁର ଖାଁ ଓ ଭାଇ ରାଜା ଖାଁ ଓ ତାଙ୍କ ମାଆଙ୍କ ନାମରେ ଅଭିଯୋଗ ହେବା ସହ ମାମଲା ରୁଜୁ କରା ଯାଇଛି। ଚାରମାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।