-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର ) - ବଲାଙ୍ଗିର ଜିଲ୍ଲାରେ ଆଜି 18 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବଲାଙ୍ଗିର ପୌରାଞ୍ଚଳର ୱାର୍ଡ 20 ରୁ 2 ଜଣ ଏବଂ ସଇଁତଳା ବ୍ଲକ ର ବିବିନା ଗ୍ରାମରୁ 10 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ବେଲପଡ଼ା ବ୍ଲକ ର ଖାଲିପଥର ଗ୍ରାମରୁ ଜନେ ଓ ଖପ୍ରାଖୋଲ ବ୍ଲକ ର ଓଡ଼ିଆ ପାଳି ଗ୍ରାମରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ମୁରିବାହାଲ ବ୍ଲକ ଅନ୍ତର୍ଗତ ଲେବେଡl ଓ ବାନ୍ଦୁପଲା ଗ୍ରାମରୁ ଜଣେ ଲେଖାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ପାଟଣାଗଡ଼ର ମରୁଆ ଅଂଚଳରୁ ଆଜି ଦୁଇ ଜଣଙ୍କୁ ପଜିଟିଭ ଚିହ୍ନଟ କରାଯାଇଛି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ 8608 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 123 ଟି ଆକ୍ଟିଭ କେଶ୍ ରହିଛି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ରୁ 8444 ଜଣ ବ୍ୟକ୍ତି ସୁସ୍ଥ ହୋଇ ସାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ l