-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ବାନ୍ଦୁପାଲି ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

29-Oct-2024



ବରଗଡ଼:(ପ୍ରେରଣା)-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାନ୍ଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା, ସମ୍ମାନୀତ ଅତିଥି ଭାବେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ସ୍ଥାନୀୟ ସମିତି ସଭ୍ୟ ବ୍ୟାସଦେବ ମାଝୀ,ଗୈାତିଆ ଜୟନ୍ତ ସିଦ୍ଦାର, ସ୍କୁଲ ପରିଚାଳନା କମିଟିର ସଭାପତି ଚୈତନ୍ୟ ସାହୁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିରୁଦ୍ଧ ସାହୁ, ଶିକ୍ଷାବିତ ସପ୍ନେଶ୍ୱର ରଥ ଯୋଗଦାନ କରି ଛାତ୍ରୀ ଛାତ୍ରଛାତ୍ରୀ, ଅଭିଭାବକ ତଥା ସମସ୍ତ ଶିକ୍ଷକ ମାନଙ୍କୁ ଉତ୍ସାହିତ କରିଥିଲେ। ଏଅବସରରେ ମୁଖ୍ୟ ଅତିଥି ଉତ୍କୃଷ୍ଟ କଳାର ସଂସ୍କୃତିର ରାଜ୍ୟ ଓଡ଼ିଶା, ଏଠାକାର ଲୋକକଳା ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ଚଳିତ ବର୍ଷ ଏହାର ପୁନରୁଦ୍ଧାର ନିମିତ୍ତ ସ୍କୁଲ କଲେଜ ପିଲାଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହିତ ଯୋଡିବା ସୁରଭିର ପ୍ରୟାସ ବୋଲି ବିଧାୟକ ଶ୍ରୀଯୁକ୍ତ ଗଡତୀୟା ଉଦବୋଧନ ଦେଇଥିଲେ। ସ୍ଥାନୀୟ ଭବ୍ୟ ଶୋଭାଯାତ୍ରାରେ ଗ୍ରାମବାସୀ ଦ୍ୱାରେ ଦ୍ୱାରେ ପୂର୍ଣ୍ଣ କଳସ ସ୍ଥାପନ କରି ବିଧାୟକଙ୍କୁ ଉଚ୍ଚ୍ବସିତ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ। ବିଧାୟକ ବାନ୍ଦୁପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଭୋଜନ ମଣ୍ଡପକୁ ଉଦଘାଟନ କରିଥିଲେ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଗଣ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ।ଏଇ ଅବସରରେ ମୋହନ ସିଂ କହ୍ନେଇ,ବିଶ୍ୱବାଣୀ ଦୈନିକ ସମ୍ବାଦ ପତ୍ରର ପଶ୍ଚିମଓଡିଶା ବ୍ୟୁରୋ ଚିଫ ତଥା ସାହିତ୍ୟିକ ନିରଞ୍ଜନ ତ୍ରିପାଠୀ, ନବକିଶୋର ସାହୁ,ଅଧ୍ୟାପକ ବଳିଷ୍ଠ ପୁରୀ, ଅଧ୍ୟାପିକା ରସ୍ମିରେଖା ବାରିକ,ଗେହ୍ନାମଣି ମଲ୍ଲିକ, ଗୀତିକାର ମକରଧ୍ବଜ ସାହୁ, ଅକ୍ଷୟ ପଧାନ, ହୃଦମଣି ସାହୁ, ଆଦିତ୍ୟ ପ୍ରସାଦ ଗଡତିଆ, କେଦାର ନାଥ ସାହୁ,ଆଶିଷ ବେହେରା,ନାଥୁରାମ ବାରିକ, ଦେବେନ୍ଦ୍ର ମଟାରୀ, କଣ୍ଠଶିଳ୍ପୀ ବରୁଣ ବାଗ, ସାମ୍ବାଦିକ ଜଗନ୍ନାଥ କୁମ୍ଭାର ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାର ବିଚାରକ ମଣ୍ଡଳୀଙ୍କୁ ପୁଷ୍ପ ଗୁଚ୍ଛ ସହ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା।

ଶିକ୍ଷୟିତ୍ରୀ ନମିତା ବେହେରା ସ୍ୱାଗତ ଭାଷଣ ଦେଉଥିବା ବେଳେ,ବିଜୟ ରଞ୍ଜନ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ସମ୍ପର୍କରେ ସିଆରସିସି ରାଜେଶ୍ୱର ବେହେରା ସୂଚନା ପ୍ରଦାନ କରିଥିଲେ। ଶିକ୍ଷକ କୃଷ୍ଣ ଚନ୍ଦ୍ର ନାଏକ ସଭାକୁ ସଂଯୋଜନା କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୋଇଙ୍କ ଆବାହକତ୍ୱରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ପଦ୍ମଶ୍ରୀ ଡ. ଜିତେନ୍ଦ୍ରୀୟ କରିଥିଲେ ହରିପାଲ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଅବଲୁପ୍ତ ପ୍ରାୟ ଲୋକ ସଂଗୀତ ପରିବେଷଣ କରି ଛାତ୍ରଛାତ୍ରୀ ତଥା ଦର୍ଶକ ମାନଙ୍କ ମନ ମୋହି ନେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମୁଖ୍ୟ ଅତିଥି, ଅମୃତ ଧାରା ନର୍ସିଂ ହୋମ ପରିଚାଳକ ଯଶୋବନ୍ତ ମେହେର, ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ବରଗଡ଼ର ଗଗନ ବେହେରା ଓ ଜନକ ସେଠ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା, ସୁଶାନ୍ତ କୁମାର ପାଣ୍ଡେ ଓ ପୁର୍ଣ୍ଣ ଚନ୍ଦ୍ର ପଧାନ, ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାମନ ଚେରକିଆ, ସ୍କୁଲ ଚ୍ୟାରମେନ ପ୍ରଫୁଲ୍ଲ ପଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।୧୨ ଟି କ୍ଲଷ୍ଟରରୁ ଆସିଥିବା ୫୦୦ ପ୍ରତିଯୋଗୀଙ୍କ ମଧ୍ୟରେ ୨୮ ଟି ବିଭାଗକୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।

ଉକ୍ତ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ଏପରିପ୍ରେକ୍ଷୀରେ ବ୍ଲକ ସ୍ତରୀୟ ସୁରଭି ଆୟୋଜନରେ ସକ୍ରୀୟ ଭାବେ ସହଯୋଗ କରିଥିବା ବାନ୍ଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦ୍ୱୟଙ୍କୁ ସୁରଭି ସ୍ମାରକୀ  ଦେଇ ସମ୍ମାନୀତ କରାଯାଇଥିଲା। ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରକୁ ଖୋଖୋ ପ୍ରତିଯୋଗୀତାରେ ମନୋନୀତ ହୋଇଥିବା ବିଜେପୁର ବ୍ଲକ ଦଳକୁ ସମ୍ମାନୀତ କରାଯାଇଥିଲା।ସିଆରସିସି ବାସୁଦେବ ପଧାନ,ଶରତ ପଧାନ, ସୀତାରାମ ଦୀପ,ଦୁର୍ବାଦଳ ବଡଗୋଛିଆ,ପ୍ରଭାତ ରଞ୍ଜନ ସାହୁ, ସୁଧାଂଶୁ ଶେଖର ଜାଲ, ଶ୍ରୀନାଥ ସେଠ, ପ୍ରକାଶ ମହାନନ୍ଦ, ହେମନ୍ତ କୁମାର ଆରୁକ,ଡୋଲାମଣି କୁମ୍ଭାର, ନବୀନ କୁମାର ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ଉଦଯାପନୀ ସମାରୋହକୁ ଶିକ୍ଷକ ଶଶିଭୂଷଣ ସାହୁ ସଂଯୋଜନା କରିଥିବାବେଳେ,ଶିକ୍ଷକ ପ୍ରେମରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like