-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
29-Oct-2024
ଲୋଇସିଂହା, (ବିନୋଦ ଦୀପ)ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଡ଼ିଓ ଶ୍ରୀ ଅକ୍ଷୟପାଣି ଉଦ୍ଦୁ ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଉପସ୍ଥିତ ପି.ଡି ବଲାଙ୍ଗୀର ଶ୍ରୀ ପ୍ରଭାତ ମହାପାତ୍ର, ଏଡିଏମ ଶ୍ରୀ ପ୍ରଭାତ ବେହେରା, ଉପ ଜିଲ୍ଲପାଳ ଶ୍ରୀ ଆଲୋକ ପଟେଲ, ତହସିଲଦାର ସଂଘମିତ୍ରା କାଲୋ, ଏବିଡ଼ିଓ ଶ୍ରୀ ରାଜେନ୍ଦ୍ର ବାବୁ, ଜିପିଓ କିଶୋରଚନ୍ଦ୍ର ମାନସିଂହ, ସିଡିପିଓ ଗାୟତ୍ରୀ ବାରିକ, ସପ୍ଲାଇ ଅଧିକାରୀ ସୋମ୍ୟରଞ୍ଜନ ମହାନନ୍ଦ, ଏ.ଇ.ଇ ସିଦ୍ଧାର୍ଥ ପାଢ଼ୀ ସମେତ ଅନ୍ୟାନ୍ୟ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ l ଆଜିର କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଆବାସ ଗୃହ 208, ଅନ୍ୟାନ୍ୟ 62, ସମୁଦାୟ 270 ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଲୋଇସିଂହା ବ୍ଲକ ରୁ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଆଖପାଖ ବ୍ଲକ ରୁ ମଧ୍ୟ ଅଭିଯୋଗ ପାଇଁ ଲୋକେ ଉକ୍ତ ବ୍ଲକ କୁ ଆସିଥିଲେ l