-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
29-Oct-2024
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ଦିନ୍ ଅବସରରେ ଆଜି ସମାଜିକ ଅନୁଷ୍ଠାନ ସମ୍ପୂର୍ଣ୍ଣl ପକ୍ଷରୁ ସ୍ଥାନୀୟ କଲେଜ ଛକ କଲ୍ଯାଣ ମଣ୍ଡପ ଠାରେ ମହିଳା ମାନଙ୍କୁ ନେଇ ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀଙ୍କ ସମେତ ଗୃହିଣୀ ମାନେ ଭାଗ ନେଇ ହାତରେ ବିଭିନ୍ନ ରକମର ମେହେନ୍ଦି ଅଙ୍କନ କରିଥିଲେ l ଏଥିରେ ବିଚାରକ ଭାବେ ଶ୍ରୀମତୀ ସାଗରିକା ଗୁରୁ, ଲକ୍ଷ୍ମୀ ଅଗ୍ରୱାଲ ଓ ଅନୁପ୍ରିୟା ମିଶ୍ର ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ସଫଳ କରିବାରେ ସମ୍ପୂର୍ଣ୍ଣl ଅନୁଷ୍ଠାନର ସଭାନେତ୍ରୀ ସନ୍ତୋଷୀ ମେହେର ସମ୍ପାଦିକl ସଞ୍ଜଳି ସତପଥୀ, କୋଷାଧ୍ୟକ୍ଷ ପୁଷ୍ପାଞ୍ଜଳି ମେହେର, ସଭ୍ୟା ସଚଳା ମେହେରଙ୍କ ସମେତ ବଲାଙ୍ଗୀର ଦିନ ଆୟୋଜକ କମିଟିର ନୂତନ ଦାସ, ବିନୋଦ କlଲସାଏ ପ୍ରମୁଖ ସହଯୋଗ କରିଥିଲେ l ଆଜିର କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟାରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ଆୟୋଜିତ ବଲାଙ୍ଗୀର ଦିନ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସମ୍ପୂର୍ଣ୍ଣl ଅନୁଷ୍ଠାନ ପକ୍ଷରୁ କୁହାଯାଇଛି l