-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ବ୍ରହ୍ମପୁର/ରାୟଗଡ଼ା (ପ୍ରେରଣା ଖବର): ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରି ଅବକାରୀ ବିଭାଗ ଓ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ। ବ୍ରହ୍ମପୁର ଓ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏକ ନଡ଼ିଆ କତା ବୋଝେଇ ଟ୍ରକ୍ରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ ବେଳେ ବ୍ରହ୍ମପୁର ଅବକାରୀ ବିଭାଗ ହାତରେ ଏହା ଧରାପଡ଼ି ଯାଇଛି। ଖାଲି ଟ୍ରକ୍ ନୁହେଁ ଗୋଟିଏ କାର୍ ଓ ଭ୍ୟାନ୍ରେ ମଧ୍ୟ ଚାଲାଣ ହେଉଥିଲା ଗଞ୍ଜେଇ। ପ୍ରାୟ ୧୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗଜପତି ଜିଲ୍ଲାରୁ ଉତ୍ତରାଖଣ୍ଡକୁ ଗଞ୍ଜେଇ ଚାଲାଣ ବେଳେ କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅବକାରୀ ବିଭାଗ ଚଢାଉ କରି ଏହି ଗଞ୍ଜେଇ ଜବତ କରିଛି। ସେହିପରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ଟ୍ରକ୍ରେ କଣ୍ଟାମାଳକୁ ଗଞ୍ଜେଇ ଚାଲାଣ ବେଳେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି। ଟ୍ରକ୍ ସହ ୨ ଟନ୍ ଗଞ୍ଜେଇ ଜବତ କରିଛି ଏସ୍ଟିଏଫ୍। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର୍ ଚମ୍ପଟ ମାରିଛନ୍ତି। ଜବତ ଗଞ୍ଜେଇକୁ ଗୁଣୁପୁର କୋର୍ଟରେ ଡିପୋଜିଟ୍ କରାଯିବ। ଟ୍ରକ ମାଲିକଙ୍କୁ ଆଧାର କରି ଏସ୍ଟିଏଫ୍ ଖୋଳତାଡ଼ କରୁଛି। କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ ରାକେଟ୍ରେ କେଉଁମାନେ ଅଛନ୍ତି, ତାକୁ ନେଇ ଖୋଳତାଡ଼ ଚାଲିଛି।