-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
24-Oct-2024
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ବଡ଼ମାଳ ଗୋଳାବାରୁଦ କାରଖାନା , ଭାରତ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ଼ ମିଳିତ ପ୍ରୟାସ ରେ ହୋଇଛି ଅଫ ସାଇଡ ମକ ଡ୍ରିଲ | ବଲାଙ୍ଗିର ସ୍ମାର୍ଟ ପାର୍କ ସ୍ଥିତ ଟ୍ରକ ବେ ଠାରେ ଏହି ମକ ଡ୍ରିଲ କରା ଯାଇଥିଲା | କୌଣସି ଅଭାବନୀୟ ପରିସ୍ଥିତି ପାଇଁ ଆଗୁଆ ଅଭ୍ୟାସ ଏବଂ ବିଭିନ୍ନ ବିଭାଗର ସମନ୍ୱୟ ସକାଶେ ଏହି ଅଭ୍ୟାସ କରା ଯାଇଥିଲା | ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ରାୟଗଡା ଡିଭିଜନର କାରଖାନା ଏବଂ ବ୍ରୋଏଲର ଉପନିର୍ଦ୍ଦେଶକ ଚିତ୍ତରଞ୍ଜନ ବେଉରା, ବଲାଙ୍ଗିର ର କାରଖାନା ଏବଂ ବ୍ରୋଏଲର ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ସ୍ୱାଧୀନ କୁମାର ବେହେରା , ମୁଖ୍ୟ ଚିକିତ୍ସାଧିକାରୀ କୁବେର ଚନ୍ଦ୍ର ମହନ୍ତ , ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଆଞ୍ଚଳିକ ନିର୍ଦେଶକ ବବିତା ସିଂ , ଏ ଏଫ ଓ ତେଜ କୁମାର ଏକ୍କା , ରିଜର୍ଭ ଇନ୍ସପେକ୍ଟର ପ୍ରଦୀପ୍ତ ଦେବତା ଙ୍କ ସମେତ ଏସଆଇଏଚଏମ କଲେଜ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |