-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
21-Oct-2024
ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ତୁଳସୀ ଗୁଣ ସଚେତନା ତଥା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ତୁଳସୀ ବିଷ୍ଣୁ ପ୍ରିୟା ପ୍ରତ୍ୟେକ୍ଷ ଦେବୀ, କାର୍ତ୍ତିକ ମାସରେ ସେବା କଲେ ମହାପୁଣ୍ୟ ହୁଏ। ଏହାକୁ ଛିଡ଼ାଇ ନଷ୍ଟ କରନ୍ତୁ ନାହିଁ। ହେମନ୍ତ ରୁତୁରେ କଫ, ଥଣ୍ଡା ଓ ଭୂତାଣୁ ଜନିତ ଜ୍ୱର ହେଲେ ପତ୍ରରସ ୨୦ ମିଲି. ଲେଖାଏଁ ଦିନରେ ଦୁଇଥର ପିଇଲେ ଭଲ ହୁଏ।ନାକରେ ପକାଇଲେ ପୀନସ, ଥଣ୍ଡା ଭଲ ହୁଏ। ଶୀତଦିନେ କାଛୁ ଯାଦୁ ହେଲେ ପତ୍ର ରସ ଲଗାନ୍ତୁ ।ପରିସ୍ରା ଜ୍ୱାଳା ଜନିତ ଶରୀର ଦୁର୍ବଳରେ ମଞ୍ଜି ରାତ୍ର ବତୁରାଇ ସକାଳୁ ପିଅନ୍ତୁ। ତୁଲସୀ କାର୍ତ୍ତିକ ମାସରେ ଶତାଧିକ ଗଛ ଲଗାଇଲେ ପୁଣ୍ଯ ହୁଏ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାପାଇଁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତି l
■କୈଳାଶ ଚନ୍ଦ୍ର ଚୌଧୁରୀ