-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ବରପାଲି (ପ୍ରେରଣା ଖବର): ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ତିନକାନି ଛକଠାରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଆଗଲପୁର ଗ୍ରାମର କମଲ ବଗର୍ତ୍ତି (୫୫)ଙ୍କର ମୃତ୍ୟୁ ଘଟିଛି। ତିନକାନିରୁ ମଧ୍ୟାହ୍ନରେ କମଲ ରାଜମିସ୍ତ୍ରୀ କାମ ସାରି ନିଜ ବାଇକ୍ (ଓଡି ୧୭କ୍ୟୁ ୨୩୯୫)ରେ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ବାଇକ୍ରୁ ଛିଟିକି ପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଖବର ପାଇ ବରପାଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଗଲପୁର ରାଜସ୍ବ ନିରୀକ୍ଷକ ଓ ବରପାଲି ତହସିଲଦାର ଅକ୍ଷୟ ବାଗ ପହଞ୍ଚି ମୃତକ ପରିବାରକୁ ରେଡ୍କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ଦିଆଯିବ ବୋଲି ଘୋଷଣା କରିଥିଲେ। ପରେ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଥିଲା। ମୃତ କମଲଙ୍କର ପତ୍ନୀ, ଦୁଇ ପୁଅ ଅଛନ୍ତି।