-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ଦିଲ୍ଲୀ/ଭୁବନେଶ୍ୱର, (ପ୍ରେରଣା ଖବର ବ୍ୟୁରୋ): ଆଫ୍ରିକାରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଭାରତୀୟ ହକିଦଳର ଯାତ୍ରା ସ୍ଥଗିତ ରହିଛି ।
ପୁଣି ଥରେ ଭାରତୀୟ ହକି ରେ କରୋନା ଗ୍ରହଣ । ସାଉଥ ଆଫ୍ରିକା ଗସ୍ତ ସହିତ ଭାରତୀୟ ହକିଦଳ ପଡିଆକୁ ଫେରିବାକୁ ଯାଉଥିବା ବେଳେ ଏହି ଗସ୍ତକୁ ସ୍ଥଗିତ ରଖାଯାଇଛି । ଆଫ୍ରିକାରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଭାରତୀୟ ହକିଦଳର ଯାତ୍ରା ସ୍ଥଗିତ ରହିଛି । ଏହା ସହିତ ବହୁରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ ସମର ସିରିଜକୁ ଋଦ୍ଧ କରି ଦିଆଯାଇଛି ।ଜାନୁୟାରୀ ୧୦ରୁ ୨୭ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ବେଲଜିୟମ, ଗ୍ରେଟ ବ୍ରିଟେନ ଏବଂ ଫ୍ରାନ୍ସ ଅଂଶଗ୍ରହଣ କରିଥାନ୍ତେ । ଆଫ୍ରିକାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଏହି ଟୁର୍ଣ୍ଣାମେଣ୍ଟକୁ ଋଦ୍ଧ କରାଗଲା ବୋଲି ସାଉଥ ଆଫ୍ରିକା ହକି ସଂଘ ସିଇଓ ମାରିସା ଲାଙ୍ଗେନୀ ପ୍ରକାଶ କରିଛନ୍ତି ।