-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Oct-2024
ବଲାଙ୍ଗୀର ସହରର ମଧ୍ଯ ଭାଗରେ ରହିଥିବା ନାଲଖଣ୍ଡି ପଡା ଠାରେ ଧୁମଧାମ ରେ ୫୨ ତମ ମା' ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇ ଯାଇଛି। ପଡାର ଶତାଧିକ ମହିଳା ଭକ୍ତ ମାନଙ୍କ ଓ ପୂଜା କମିଟିର କର୍ମକର୍ତ୍ତାଙ୍କ ଗହଣ ରେ ମା' ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସ୍ତାନୀୟ ମହାରାଣି ସାଗର ଠାରୁ କଳସ ରେ ପଣି ଆଣି ନିଆରା ଢଙ୍ଗ ରେ କଳସ ଯାତ୍ରା କରାଯାଇ ଲଗ୍ନ ଅନୁଯାଇ ପୂଜକଙ୍କ ଦ୍ଵରା ମା'ଙ୍କ ପୂଜା ଆରମ୍ଭ ହୋଇଛି। ଏଥର କର୍ତ୍ତା ଭାବରେ କଲ୍ୟାଣ ସାହାଣୀ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ରୋଜାଲିନ ସାହାଣୀ ମାଁଙ୍କ ସେବାର ସୁଯୋଗ ପାଇଛନ୍ତି। ପ୍ରତେହ ଦିନ ସଂଧ୍ଯା ସମୟରେ ବିଭିନ୍ନ ସାଂସ୍କୃତିକ ଓ ଆଳତୀ କାର୍ଯ୍ୟକ୍ରମ ରହିଥିବା ପୂଜା କମିଟି ଠାରୁ ପ୍ରକାଶ। ଏହା ବ୍ୟତୀତ ପ୍ରତ୍ୟେକ ଦିନ ୭ ଦିନ ଧରି ସଂଧ୍ଯା ସମୟରେ ମା'ଙ୍କ ଅନ୍ନପ୍ରସାଦ ଭକ୍ତ ମାନଙ୍କ ସକାଶେ ଆଯୋଜନ କରାଯାଇଥିବା ଜଣାଯାଏ। ପୂଜାକମିଟିର ସଭାପତି ଶ୍ରୀଯୁକ୍ତ ଲଲିତ ପଣ୍ଡାଙ୍କ ସମେତ ସୁଭସ୍ମିତା ପଣ୍ଡା,ଦିଲିପ ଶତପଥି,ସୁଜାତା, ଗଜାନନ, ପଞ୍ଚା, ଗଙ୍ଗା, ବଣ୍ଟି, ଲକ୍ଷ୍ମୀକାନ୍ତ, ପ୍ରାଚୀ, ହରିପ୍ରିୟା, ପୁଷ୍ପାଞ୍ଜଳୀ, ପଲ୍ଲବିନୀ ଓ ବାବୁ ପୂଜାରୀ ସମେତ ଅନେକ କମିଟିର ସଦସ୍ଯ ସହଯୋଗରେ ପୂଜା ଆରମ୍ଭ ହୋଇଛି।