-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ୱାର୍ଡ:ନଂ-୧ ନିଗମାନନ୍ଦ ବିହାର କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ରାମାୟଣ ପାଠ ଓ ସତସଙ୍ଗ ଅନୁଷ୍ଟିତ ହୋଇ ଯାଇଛି
ପଡ଼ାବାସୀଙ୍କ ତରଫରୁ ଭାଗିରଥି ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମହିମା ପ୍ରଧାନ କର୍ତ୍ତା ଦାୟିତ୍ବ ବହନ କରି ପୂଜା ଅର୍ଚ୍ଚନା କରିଥିଲେ । ପଡ଼ାର ବରିଷ୍ଠ ନାଗରିକଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ବହିଦାର ବ୍ୟାସ ଭାବେ ମଞ୍ଚାସୀନ ହୋଇ ରାମାୟଣ ପାଠ କରି ଥିଲେ ।
ଏହି ଅବସରରେ ଅନୁଷ୍ଟିତ ସତସଙ୍ଗରେ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଯୋଗଦାନ କରି ରାମ କଥା ପଠନ ଓ ଶ୍ରବଣ ମଣିଷର ଉଚ୍ଚାରଣ ଓ ଆଚରଣକୁ ମାର୍ଜିତ କରେ ବୋଲି ପରିପ୍ରକାଶ କରି ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଚନ୍ଦ୍ର ଙ୍କ ଆଦର୍ଶ ସମସ୍ତ ଙ୍କ ପାଇଁ ଅନୁକରଣୀୟ ବୋଲି ଉଲ୍ଲେଖ କରିବା ସହ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ର ଶେଖର କମ୍ପ ,ସନ୍ତୋଷ ପଣ୍ଡା ପ୍ରମୁଖ ଭଜନ ଓ କୀର୍ତ୍ତନ ପରିବେଷଣ କରିଥିଲେ ।କାର୍ଯ୍ୟକ୍ରମରେ ପଡ଼ାର ଶତାଧିକ ମହିଳା ପୁରୁଷ ସାମିଲ ହୋଇ ସତସଙ୍ଗ ଶ୍ରାବଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ପଡ଼ାବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଉପସ୍ଥିତ ସମସ୍ତ ଭକ୍ତ ସାମୁହିକ ପ୍ରସାଦ ସେବନ କରିଥିଲେ ।