-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
07-Oct-2024
ବଲାଙ୍ଗୀର ( ପ୍ରେରଣା ଖବର ) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଡେଙ୍ଗ ଠାରେ ଅମରାବତୀ ଇକୋ କ୍ଲବ ଓ ଜୁନିୟର ରେଡକ୍ରସର ମିଳିତ ଆନୁକୁଲ୍ୟରେ ବନ୍ୟ ପ୍ରାଣୀ ସାପ୍ତାହ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସାଇକେଟ୍ରିକ ସୋସିଆଲ ୱାର୍କର ମଳୟ କୁମାର ନାଗ, ସୁବୋଧ ବିଶ୍ୱାଳ, ସବ୍ୟସାଚୀ ସିଂ,ସରୋଜ କୁମାର ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ବନ୍ୟ ପ୍ରାଣୀ ପାଇଁ ଜଙ୍ଗଲସୁରକ୍ଷା ନିତାନ୍ତ ଜରୁରୀ ଅଟେ ଓ ତାର ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦେବା ଉଚିତ ବୋଲି ଅତିଥି ଗଣ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଲିଙ୍ଗରାଜ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟାତ୍ରୀ କାନ୍ତୀ ଭୋଇ ବୃକ୍ଷର ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟରେ ନୂତନ ଭାବରେ ନିଯୁକ୍ତି ପାଇ ଥିବା ଶିକ୍ଷକ ଦେବେଶ ହୋତା, ମନରଞ୍ଜନ ପରିଡାଙ୍କୁ ଅନୁଷ୍ଠାନ ତରଫରୁ ସୁସ୍ବାଗତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, କୃପାସିନ୍ଧୁ ମିଶ୍ର, ଦୀପକ ସେନ ଧାରୁଆ, ସମୀର ସେଠୀ , ଜୁନିୟର ଆସିଷ୍ଟେନ ଅବିନାଶ ଭୋଇ, ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ଦ୍ରୋପଦୀ ଭୋଇ ତଥା ଗ୍ରାମବାସୀ ବିଶେଷ ଭାବରେ ସହଯୋଗ କରିଥିଲେ । ପ୍ରକୃତିବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।