-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ବେଦାନ୍ତ କମ୍ପାନୀର ବିଷାକ୍ତ ଲାଲ୍ ଆତଙ୍କ

17-Oct-2024



ରାୟଗଡା(ସୁନୀତା ଷଡଙ୍ଗୀ): ରାୟଗଡା ଜିଲ୍ଲା ସୀମା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ ଠାରେ ଥିବା ବେଦାନ୍ତ ଆଲୁମିନା କମ୍ପାନୀର ନାଲି କାଦୁଅ ପାଣିର ବିଷାକ୍ତ ଲାଲ୍ ଆତଙ୍କ ଘଟଣା ଓଡିଶାରେ ହଇଚଇ ସୃଷ୍ଟି କରିଦେଇଥିଲା | ସୂଚନା ଅନୁସାରେ କମ୍ପାନୀର ଲାଲ କାଦୁଅ ପୋଖରୀ (୩୨୭.୬୨ ଏକର ସହିତ ପୋଖରୀ ବନ୍ଧ, ଫିଲ୍ମରେସନ୍ ୟୁନିଟ୍, ଡ୍ରେନ୍, କ୍ୟାଚମେଣ୍ଟ ପୋଖରୀ, ଡାଇଭର୍ସନ କେନାଲ ଇତ୍ୟାଦି)ର ଜଳ ପ୍ରକ୍ରିୟାକାରଣ ହ୍ରଦ ଗତ ୨୦୨୪ ମସିହା ସେପ୍ଟେମ୍ବର ୧୫ ମଧ୍ୟରାତ୍ରିରେ ଭୁଶୁଡି ପଡିଥିଲା |  ଶହ ଶହ ଏକର କୃଷି ଜମି ବଂଶଧାରା ନ‌ଦୀରେ ଏହି ବିଷାକ୍ତ ବନ୍ୟାଜଳ ପ୍ରବାହିତ ହୋଇ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ପାଇଁ ବ୍ୟାପକ କ୍ଷତି ଘଟାଇଥିଲା | ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ମଧ୍ୟ ଦେଖିବାକୁ ମିଳିଥିଲା | ମୁଖ୍ୟତଃ ଆଦିବାସୀ, ଦଳିତ ଏବଂ ଗରିବ କୃଷକମାନେ ଏଥିରେ ଅଧିକ ପ୍ରଭାବିତ ହେଇଥିଲେ | ଏହି ନାଲି କାଦୁଅର ପ୍ରଭାବ କଳାହାଣ୍ଡି ଜିଲ୍ଲାର ବନ୍ଧଗଡ, ବୁନ୍ଦେଲ, ଛତ୍ରପୁର, ତୁରିଗୁଡା, ବାଥେଲିମା ଏବଂ ବସନୁପଡା ଅଞ୍ଚଳରେ ତାସହିତ ରାୟଗଡା ଜିଲ୍ଲାର ପେଡିପଦର,ଗୌଡ ଚନ୍ଦନଖୁଣ୍ଟି ପ୍ରମୁଖ ଗାଁ ମାନଙ୍କରେ ହେକ୍ଟର ହେକ୍ଟର ଜମିରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଦେଖିବାକୁ ମିଳିଥିଲା | ପ୍ରଭାବିତ ଅଞ୍ଚଳଗୁଡିକରେ ବନ୍ୟା ପରି ପରିସ୍ଥିତି ଉପୁଜିଥିଲା, ଚାଷ ଜମିଗୁଡିକ ନାଲି କାଦୁଅରେ ବୁଡ଼ି ଯାଇଥିଲା | ପ୍ରଚୁର ବିଷାକ୍ତ ପଦାର୍ଥ ସହ ଜଳର ପରିମାଣ ୩ ଲକ୍ଷ ଘନ ମିଟର, ଅର୍ଥାତ୍ ୩୦ କୋଟି ଲିଟର ବୋଲି ଆକଳନ କରାଯାଇଛି | ଅନୁପଯୁକ୍ତ ନିର୍ମାଣ ଏବଂ ଭିତ୍ତଭୂମିର ପର୍ଯ୍ୟାପ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ଦୁର୍ଘଟଣା ଘଟିବାର ମୁଖ୍ୟ କାରଣ ଯାହା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି | ବିଶେଷକରି ମାନବ ବସତି ପାଇଁ ଏହାର ନିକଟତରତାକୁ ଦୃଷ୍ଟିରେ ରଖ୍ ଅସୁରକ୍ଷିତ ଢଙ୍ଗରେ କାହିଁକି ଏହି ନିର୍ମାଣ କରାଯାଇଥିଲା ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରୁଛନ୍ତି | ପରିସ୍ଥିତିର ଗମ୍ଭୀରତା ହେତୁ କିଛି ପ୍ରଭାବିତ ସ୍ଥାନୀୟ ଲୋକ ଆଲୁମିନା ରିଫାଇନାରୀରେ ଏକତ୍ରିତ ହୋଇ ତାଙ୍କର କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦାବି କରିଥିଲେ ।

ଏହାକୁ ଦୃଷ୍ଟିରେ ରଖ୍ ସେବା ଭାରତୀ ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ୨୦-୯-୨୦୨୪ ତାରିଖରେ ଲାଞ୍ଜିଗଡ ଯାଇ ସେଠାକାର ସ୍ଥାନୀୟ ବାସିନ୍ଦାମାନଙ୍କ ସହ ଯୋଗାଯୋଗ କରି କ୍ଷୟକ୍ଷତି ବିଷୟରେ ଆଲୋଚନା କରିବା ସହ ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ସହ ସେଇ ଭୟାବହ ରାତି ଘଟଣା ବିଷୟରେ ଜାଣିବାକୁ ପ୍ରୟାସ କରିଥିଲେ | ସେଇପରି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରି ଫେରିଆସିଥିଲେ । ଏହି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ରେ ଓକିଲ/ସମାଜସେବୀ/ବରିଷ୍ଠ ସାମ୍ବାଦିକ ଡକ୍ଟର ବାଦଲ କୁମାର ତା, ଜଣେ ସଫଳ ଚାଷୀ ରୂପେ ରାୟଗଡା ଜିଲ୍ଲାରେ ପରିଚିତ ବିଜୟ କୁମାର ମିଶ୍ର, ସକ୍ଷମର ରାଜ୍ୟ ସଚିବ ଶ୍ୟାମ କୁମାର ଦାଶ ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବରିଷ୍ଠ ପ୍ରଚାରକ ତଥା ପ୍ରାନ୍ତ ସେବା ପ୍ରମୁଖ ଦୀପକ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ |  ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପୂର୍ବ କ୍ଷେତ୍ର ସହ ପ୍ରଚାରକ ଶ୍ରୀ ଜଗଦୀଶ ଖାଡେଙ୍ଗା ଓ ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ଶ୍ରୀ ଶଙ୍କର ପଣ୍ଡାଙ୍କ ମାର୍ଗଦର୍ଶନରେ ଘଟଣାର ତଦନ୍ତ କରାଯାଇଥିଲା | ସେବା ଭାରତୀ ସମ୍ପୂର୍ଣ ଘଟଣାର ତଦନ୍ତ କରିସାରିଲା ପରେ ଏକ ରିପୋର୍ଟ ତିଆରି କରି କେନ୍ଦ୍ର ଓ ରାଜ୍ୟ ସରକାରର ସମସ୍ତ ବିଭାଗ( ସଂଶ୍ଳିଷ୍ଟ ଥିବା ପ୍ରତ୍ୟେକ ବିଭାଗ)କୁ ପଠାଇଛି | ଆଗକୁ ସେବା ଭାରତୀ ତରଫରୁ ଏହି ବିଷୟ ବସ୍ତୁକୁ ନେଇ ଉଭୟ ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଲେଖାଏଁ ସେମିନାର ମଧ୍ୟ କରିବାକୁ ଯାଉଛି ଜାହା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି | ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ବାଦଲ କୁମାର ତା, ବିଜୟ ମିଶ୍ର ଓ ଶ୍ୟାମ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ | ସାମ୍ବାଦିକ ସମ୍ମିଳନୀର ପରିଚାଳନା ସେବା ଭାରତୀର ଜ଼ିଲ୍ଲା ସମ୍ପାଦକ ବିଦ୍ୟା ଭୂଷଣ ପଣ୍ଡା କରିଥିଲେ | ରାୟଗଡା ରୁ ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like