-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Oct-2024
ବଲାଙ୍ଗୀର: ଆଜି ଭୋର୍ ୫ ଟା ସମୟରେ ସମ୍ବଲପୁର ପଟୁ ଆସୁଥିବା ଏକ ୧୬ ଚକିଆ ଟେଙ୍କର (ଓ ଆର୧୫ ଭି ୫୨୯୯୯)ଦୁର୍ଘଟଣାଗ୍ରସ୍ତ ହୋଇଛି l ସ୍ଥାନୀୟ ମହାଦେବ ମନ୍ଦିର ପାର୍ଶ୍ଵରେ ଥିବା ଶନି ମନ୍ଦିରକୁ ଏହି ଟ୍ରକ୍ ଟି ଧକ୍କା ଦେବା ଯୋଗୁଁ ଶନି ମନ୍ଦିର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।ଟ୍ରକ୍ ର ସାମ୍ନା ଭାଗ ଭାଙ୍ଗିଯାଇ ଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି।ତେବେ ବେପରୁଆ ଗାଡି ଚାଳନା ଓ ଅସାବଧାନତା ଯୋଗୁଁ ବାହାର
ଜିଲ୍ଲାରୁ ଆସୁଥିବା ଏହି ଭାରି ଯାନ ଗୁଡ଼ିକ ଦୁର୍ଘଟଣା ଗ୍ରସ୍ତ ହୋଇ କେତେବେଳେ ଧାର୍ମିକ ଅନୁଷ୍ଠାନ ତ କେତେବେଳେ ସରକାରୀ ସମ୍ପତ୍ତିକୁ ନଷ୍ଟ କରୁଛନ୍ତି।ବଲାଙ୍ଗୀର ସହର ଦେଇ ଭୋର ରୁ ଅତିକ୍ରମ କରୁଥିବା ଏହି ଭାରି ଯାନ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଏବଂ ଗାଡ଼ି କୁ ଉଦ୍ଧାର କରିଥିଲେ।ଡ୍ରାଇଭର ର ଅବସ୍ଥା ଗୁରୁତର ହେବାରୁ ତାକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି।ପୋଲିସ ଗାଡିକୁ ଅଟକ ରଖି ତଦନ୍ତ ଜାରି ରଖିଛି।ବହୁ ପୂର୍ବରୁ ଏନ୍ ଏଚ ବିଭାଗ କୁ ରାସ୍ତା ପାର୍ଶ୍ବ ଶନି ମନ୍ଦିର ବିଷୟରେ ଅନେକ ବୁଦ୍ଧିଜୀବି ବିରୋଧ କରି ଜଣାଇଥିଲେ ମଧ୍ୟ ଶନି ମନ୍ଦିର ସ୍ଥାନାନ୍ତର କରିବାକୁ ପଛଘୁଞ୍ଚା ଦେଇଥିଲେ।ଚର୍ଚ୍ଚା ହୁଏ ରାସ୍ତା କଡ଼ରେ ଦୀର୍ଘ ବର୍ଷ ଧରି ଗ୍ରହରାଜ୍ ଶନି ଙ୍କ ମନ୍ଦିର ସ୍ଥାପନ କରି ଲୋକଙ୍କ ମାନସିକ ସହିତ ଖେଳ ଖେଳୁଥିବା ଏବଂ ଅଚାନକ ଆଜି ଏକ ଭାରି ଯାନ ମନ୍ଦିର ଉପରକୁ ମାଡ଼ି ଚୁରମାର କରି ଦେଇଥିବା ଶ୍ରଦ୍ଧାଳୁ ଭକ୍ତ ଙ୍କ ମାନସିକତା କୁ ଠେସ ପହଞ୍ଚାଇଛି।ଆଉ ମଧ୍ୟ ଚର୍ଚ୍ଚା ହୁଏ ଶନି ମନ୍ଦିରରେ ଶନି ପୂଜକ ପୂଜା ନ କରି କୁଆଡେ ଜଣେ ଥନାପତି କଳା ବସ୍ତ୍ର ପରିଧାନ ପୂର୍ବକ ଶନି
ପୂଜା କରୁଥିବାରୁ ଏଭଳି ଦୁର୍ଘଟଣା ଘଟିଛି।ରାସ୍ତା ପ୍ରଶସ୍ତିକରଣ ସମୟରେ ଅନେକ ଛୋଟ ବଡ଼ ଦୋକାନ ମାନ ଙ୍କୁ ଭାଙ୍ଗି ଦେଇଥିବା ବେଳେ ରାସ୍ତା ପାର୍ଶ୍ବ ମନ୍ଦିର କୁ ଭୟରେ ଛାଡି ଦେଇଥିଲେ।ରାସ୍ତା ପ୍ରଶସ୍ତି କରଣ ଏବଂ ଜବର ଦଖଲ ଉଚ୍ଛେଦ ସମୟରେ ରାଜ୍ୟ ରାଜଧାନୀ ରେ ଥିବା ଅନେକ ମନ୍ଦିର ଭାଙ୍ଗି ଦେଇଥିବା ବେଳେ ଏନ୍ ଏଚ୍ ବିଭାଗ ର କୋହଳ ମନୋଭାବ ଆଜି ଏକ ବିରାଟ ଦୁର୍ଘଟଣା ର ସମ୍ମୁଖୀନ ହେବାକୁ ପଡିଛି।ରାସ୍ତା ପାର୍ଶ୍ଵରେ ଥିବା ଏହି ପବିତ୍ର ପୀଠ ତଥା ଲୋକଙ୍କ ଧାର୍ମିକ ବିଶ୍ଵାସ ର ପ୍ରତୀକ ଶନି ମନ୍ଦିରକୁ ଧକ୍କା ଦେଇ ନଷ୍ଟଭ୍ରଷ୍ଟ କରି ଦେଇଛି।ବଲାଙ୍ଗୀର ର ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ ଡ୍ରାଇଭର୍ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି l