-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Oct-2024
କଣ୍ଟାମlଳ(ଜୟ କୁମାର ମହାରଣା): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କଣ୍ଟାମlଳ ଖଣ୍ଡ ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ଠାରେ ୧୪ତାରିଖରୁ ପ୍ରାରମ୍ଭିକ ବର୍ଗ ଆରମ୍ଭ ହୋଇଯାଇଛି l ଏହି ବର୍ଗରେ ଆଚାର ପଦ୍ଧତି, ବ୍ୟୟାମଯୋଗ, ସମତା, ଦଣ୍ଡଯୋଗ, ଚର୍ଚା, ନିୟୁଧ, ଖେଳ, ବୌଦ୍ଧିକ ପ୍ରଭୁତି ଉପରେ ପ୍ରଶିକ୍ଷିତ କରାଯାଇଥିଲା l ଏହି ଶିବିରରେ ୮୦ଜଣ ଶିକ୍ଷର୍ଥୀ ଭାଗ ନେଇଥିଲେ l ଆଜି ଏହି ଶିବିରରେ ଅତିଥିଭାବେ ଜ଼ିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ
ଦଳବେହେରା, ଜ଼ିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡ଼ଙ୍ଗୀ, ବରିଷ୍ଠ ସ୍ୱୟଂସେବକ ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜ଼ିଲ୍ଲା କାର୍ଯ୍ୟବାହ
ଇନ୍ଦୁଭୂଷଣ ମହାକୁଳ ଯୋଗଦେଇ ଥିଲେ l ଶିବିରର ସଫଳତା ଦୃଷ୍ଟିରୁ ଘନଶ୍ୟାମ ବାଗ, ଦେବବ୍ରତ ପାଣିଗ୍ରାହୀ, ଶଶି ବଗର୍ତି, ନିରଞ୍ଜନ ମେହେର, ମୁଖ୍ୟ ଶିକ୍ଷକ ଜୟଦେବ ରଣା, ଦେବେନ୍ଦ୍ର ସାହୁ, ଦୂତିଆ ମାହାର,ଚିନ୍ତାମଣି ରଣା,ପ୍ରମୁଖ ସହଯୋଗ କରିଥିଲେ l ଏହି ଶିବିର ୧୬ତାରିଖ ଅପରାହ୍ନରେ ସମାପନ ହେବ l