-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
16-Oct-2024
ବଲାଙ୍ଗିର: ଆସନ୍ତା ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ପୁରୀ ର ଜିଲ୍ଲା ସ୍କୁଲ ଠାରେ ରାଜ୍ୟସ୍ତରୀୟ ସ୍କୁଲ ଗେମ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାରେ ୧୦ ଜଣିଆ ଟିମ୍ ଆଜି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ପ୍ରାଚୀ ବେହେରା, ରୀତୁ ବିଶି, ସିଦ୍ଧେଶ୍ୱରୀ କମଲ, ରିତୁ ବାଗ, ଶ୍ରାବଣୀ ଜାଲ ଭାଗ ନେଇଥିବା ବେଳେ ବାଳକ ବିଭାଗରେ ଜୟମ ସାହୁ, ବିଜୟ ସେଠ, ଓମ୍ ପ୍ରକାଶ ପୃଷ୍ଟି, ଜ୍ୟୋର୍ତିମୟ ଜେନା ଓ ଶୁଭ୍ରାଂଶୁ ହେର୍ଣ୍ଣା ଭାଗ ନେଉଛନ୍ତି । ଟିମ୍ ମ୍ୟାନେଜର ଭାବେ ୟୁଜିଏଚ୍ଏସ୍ ଚିକଲବାହାଲ ପିଇଟି ରାଜକୁମାର ପାଣିଗ୍ରାହୀ ଓ ସରକାରୀ ବାଳିକା ବିଦ୍ୟାଳୟ ପିଇଟି ଦିପ୍ତି ବେହେରାଙ୍କୁ ଏଥିରେ ମନୋନିତ କରାଯାଇଛି । ଏହି ଅବସରରେ ଜଏଣ୍ଟ ଡାଇରେକ୍ଟର (ଏଚଏଣ୍ଡଏସ୍ ), ଟାଇକଣ୍ଡୋ କୋଚ ତଥା ଜାତୀୟ ସ୍ତରୀୟ ରେଫରି ଅସିମ କୁମାର ଭୋଇଙ୍କୁ ଏହି ରାଜ୍ୟସ୍ତରୀୟ ସ୍କୁଲ ଟାଇକଣ୍ଡୋ ପ୍ରତିଯୋଗିତା ପରିଚାଳନା କରିବା ପାଇଁ ଟେକ୍ନିକାଲ ଅଫିସିଆଲ ଭାବେ ନିୟୋଜିତ କରିଛନ୍ତି ।