-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2024
ଆଗଲପୁର, (ବିନୋଦ ଦୀପ) କୋଟି କୋଟି ଟଙ୍କା ହେରଫେର ଅଭିଯୋଗରେ ଗିରଫ ହୋଇଛନ୍ତି ପଂଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ପୋଢ଼ l ଗିରଫ ପି. ଇ.ଓ ଆଗଲପୁର ଓ ଭରସୁଜା ପଞ୍ଚାୟତରେ ଗତ ୩ ବର୍ଷ ହେବ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ l ବିଭିନ୍ନ ଯୋଜନାର କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ଜାଣି ପାରିଥିଲେ ଆଗଲପୁର ବି. ଡ଼ି. ଓ ମହାପାତ୍ର କୁଲଦୀପ ମହାନ୍ତି l ତେଣୁ ଗତ କିଛି ମାସ ହେବ ପି. ଇ. ଓ ରାଜକିଶୋର ପୋଢ଼ଙ୍କୁ ବ୍ଲକ କାର୍ଯ୍ୟାଳୟକୁ ବଦଳି କରିଥିଲେ l ବିଭିନ୍ନ ଯୋଜନାର ହେରଫେର ଟଙ୍କାର କାଗଜପତ୍ର ଦେଖାଇ ପାରି ନ ଥିଲେ ପି. ଇ. ଓ l ତେଣୁ ଟଙ୍କା ନାଁରେ ୫ କୋଟି ୮୯ ଲକ୍ଷ ୬୦ ହଜାର ୪୫୧ ଟଙ୍କା ହେରଫେର ନେଇ ଆଗଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି. ଡ଼ି. ଓ l ବି. ଡ଼ି. ଓ ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପି. ଇ. ଓ ରାଜକିଶୋର ପୋଢ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଗଲପୁର ପୋଲିସ l