-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Oct-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉଫୁଲା ସ୍ଥିତ ଯୁବଶକ୍ତି କ୍ଲବ ଆନୁକୂଲ୍ୟରେ ୪୨ତମ କାଳୀ ପୂଜା ସକାଶେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି । ଏଥିରେ ଅଚ୍ୟୁତାନନ୍ଦ ସାହୁ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ ।
କ୍ଳବର ଉପଦେଷ୍ଟା ଦିଲ୍ଲିପ ଡ଼ାଙ୍ଗ ଓ ଗୁପ୍ତେଶ୍ୱର ପଧାନ, ସଭାପତି ପ୍ରଫୁଲ୍ଲ ଡ଼ାଙ୍ଗ ଓ ସମ୍ପାଦକ ଗୋପୀନାଥ କର୍ଣ୍ଣଙ୍କ ସମେତ କ୍ଲବର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଏଠାରେ ଆସନ୍ତା ୩୧ ତାରିଖରେ କଳସ ଶୋଭାଯାତ୍ରା, ନଭେମ୍ବର ୧ ତାରିଖରେ ସଙ୍କୀର୍ତ୍ତନ ବୈଠକି, ୨ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ୩ ତାରିଖରେ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଭସାଣୀ ଯାତ୍ରାରେ ଚକାବର ସ୍ଥିତ ରଜାବନ୍ଧ ଯାଏ ପାରମ୍ପାରିକ ଢୋଲ, ନିଶାନ ଓ ମହୁରୀ ବାଦ୍ୟ, ଦୁଲଦୁଲି ବାଦ୍ୟ ତଥା ଆଦିବାସୀ ନୃତ୍ୟ ପରିବେଷିତ ହେବ ବୋଲି ଜଣାଯାଇଛି ।