-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
10-Oct-2024
ବଲାଙ୍ଗୀର(ପ୍ରେରଣା ଖବର): ୨୦୨୪-୨୫ ଶିକ୍ଷା ବର୍ଷରେ +୨ ଓ +୩ ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଜେଏସ୍ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ, ମହାବିଦ୍ୟାଳୟରେ ଫ୍ରେସର୍ ଡେ ଭାବରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ବିଶେଷ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମ୍ମାନିତା ଆଇ.ପି.ଏସ୍. ଅମ୍ରିତ୍ ପଲ୍, ସହକାରୀ ଜିଲ୍ଲା ପୋଲିସ ଅଧୀକ୍ଷିକା,(ବଲାଙ୍ଗିର), ସମ୍ମାନନୀୟ ଅତିଥି ରଶ୍ମିରଞ୍ଜନ୍ ମିଶ୍ର, ସଂସ୍କୃତି ଅଧିକାରୀ ବଲାଙ୍ଗିର, ମୁଖ୍ୟବକ୍ତା ରସରାଜ୍ ଅଚ୍ୟୁତ୍ ପୁରୋହିତ୍ , ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା, ନିର୍ଦ୍ଦେଶକ ପିତବାସ ପଣ୍ଡା ଓ କଲେଜ୍ ର ଅଧ୍ୟକ୍ଷା ଡ.ମନସ୍ମିତା ମିଶ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ମତ ପ୍ରକାଶ କରି କହିଲେ ଯେ, ଫ୍ରେସର୍ ଡେ’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ; ମାତ୍ର ଏହା ତୁମର କଲେଜ ଅଭିଜ୍ଞତାର ଆରମ୍ଭକୁ ଚିହ୍ନିତ କରେ । ଏହା କେବଳ ଏକ ଛାତ୍ର ଭାବରେ ଆରମ୍ଭ କରିବା ତାହା ନୁହେଁ ବରଂ ଆପଣ ଉଜ୍ଜ୍ୱଳ ମନ ଏବଂ ଅନନ୍ୟ ବ୍ୟକ୍ତି ବିଶେଷ ଭାବରେ ସୃଷ୍ଟି ହେବାର ଆରମ୍ଭ ଅଟେ, ନୂତନ ବନ୍ଧୁତା ସୃଷ୍ଟି କରିବା ଏବଂ ପ୍ରତିଟି ଭବିଷ୍ୟତକୁ ଗଠନ କରିବା ନିମନ୍ତେ ଏହା ଏକ ଆରମ୍ଭ ଅଟେ । ଉପଦେଷ୍ଟା ମନୋରଂଜନ ସାହୁ ଛାତ୍ରଛାତ୍ରୀମାନଙ୍କୁ ଅନେକ ବିଷୟରେ ଉପଦେଶ ପ୍ରଦାନ କରିବା ସହିତ ଏକ ଉତ୍ତମ ଶିକ୍ଷ୍ୟା ବର୍ଷ ହେଉ ବୋଲି ଶୁଭେଚ୍ଛା କାମନା କରିଥିଲେ । ଶେଷରେ ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ଛାତ୍ରଛାତ୍ରୀମାନଙ୍କୁ ତାଙ୍କରି ଭବିଷ୍ୟତ ଗଠନ କରିବାରେ ଏକ ଉତ୍ତମ ଶିକ୍ଷା ନିତାନ୍ତ ଦରକାର ବୋଲି ଉତ୍ସାହ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୀତ ଓ ନୃତ୍ୟର ଆୟୋଜନ ହୋଇଥିଲା ପୁଣି ଛାତ୍ରଛତ୍ରୀମାନଙ୍କ ମଧ୍ୟରେ ମିଷ୍ଟର ଫ୍ରେସର୍ ଏବଂ ମିସ୍ ଫ୍ରେସର୍ ପ୍ରତିଯୋଗିତା ପାଇଁ ପ୍ରଶ୍ନ ଉତ୍ତର ରାଉଣ୍ଡ କରାଯିବା ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବିଜେତାମାନେ ହେଉଛନ୍ତି : ମିଷ୍ଟର ଫ୍ରେସର ୨୦୨୪ ଭାବରେ ମହେଶ କୁମାର ପୃଷ୍ଟି (+୨ ପ୍ରଥମ ବର୍ଷ ବାଣିଜ୍ୟ), ପ୍ରଭୁପ୍ରସାଦ ବିଶୋଇ (+୨ ପ୍ରଥମ ବର୍ଷ କଳା), ଗୌରବ କୁମାର ଶର୍ମା (+୨ ପ୍ରଥମ ବର୍ଷ ବିଜ୍ଞାନ) ଓ ପ୍ରତ୍ୟୁସ ରଞ୍ଜନ ଭୋଇ (+୩ ପ୍ରଥମ ବର୍ଷ ବାଣିଜ୍ୟ) ବିଜେତା ହୋଇଥିବ ବେଳେ ମିସ୍ ଫ୍ରେଶର୍ ଭାବରେ ପ୍ରତୀକ୍ଷା ହୋତା (+୨ ପ୍ରଥମ ବର୍ଷ ବାଣିଜ୍ୟ), ସ୍ମୃତି ରେକ୍ଷା ମିଶ୍ର (+୨ ପ୍ରଥମ ବର୍ଷ କଳା) , ତନିଶା ରଣା (+୨ ପ୍ରଥମ ବର୍ଷ ବିଜ୍ଞାନ) ଓ ଦେବଶ୍ରୀ ଭିଆସ୍ (+୩ ପ୍ରଥମ ବର୍ଷ ବାଣିଜ୍ୟ) ଙ୍କୁ ପୁରସ୍କୃତ କରାଯାଇଥିଲା l