-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ବରଗଡ଼/ଅମ୍ବାଭୋନା(ନିରଞ୍ଜନ ତ୍ରିପାଠୀ) ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଦ୍ୱାରୀ ଗ୍ରାମପଞ୍ଚାୟତ ଅଧିନସ୍ଥ କାଶିପାଲି(ଦ୍ୱାରି)ର ଜଗତ ଜନନୀ ମାଁ ଦୁର୍ଗା ମନ୍ଦିର ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଯାତ୍ରା ସମୟରେ ଶତାଧିକ ମହିଳା କଣ୍ଡପଲା ଗ୍ରାମର ଶିବ ମନ୍ଦିର ପୋଖରୀରୁ ପୂର୍ଣ୍ଣ କଳସ ଧରି ଦ୍ଵାରି କାଶିପାଲି ଦୁର୍ଗା ମନ୍ଦିରକୁ ଆଣିଥିଲେ । ପଣ୍ଡିତ ଦିଲ୍ଲୀପ ଦାଶ ମାଁ ଦୂର୍ଗା ମନ୍ଦିରର ପୂଜକ ରୂପେ ପୂଜାର୍ଚ୍ଚନା କରୁଛନ୍ତି । ପୂଜାର୍ଚ୍ଚନା ପରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ପ୍ରସାଦ ସେବନ କରିଥିଲେ । ଭକ୍ତମାନଙ୍କ ମନୋରଞ୍ଜନ ପାଇଁ ପାରାୟଣ, ପାଲା, ସଂକୀର୍ତ୍ତନ,ନୃତ୍ୟ ଓ ଗୀତ ପରିବେଷଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।