-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ନୂଆଦିଲ୍ଲୀ, (ପ୍ରେରଣା ଖବର ବ୍ୟୁରୋ) - ୬ ଜାନୁଆରୀରୁ ଯାତ୍ରୀଙ୍କ ଉପରେ ପଡିବ ମହଙ୍ଗା ମାଡ। ଏଣିକି ସଂରକ୍ଷଣ ବଗିରେ ଚଢିଲେ ଆପଣଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା। ତେବେ ଦେଶର ସମସ୍ତ ଟ୍ରେନ ନୁହେଁ ବରଂ କିଛି ନିଦ୍ଧିଷ୍ଟ ଟ୍ରେନର ଭଡା ବଢୁଥିବା ନେଇ ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ସୂଚନା ଅନୁସାରେ, ମେଲାନୀରୁ ଗୋରଖପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ କରୋନା ଲାଗି ୨୦୨୦ ମସିହା ମାର୍ଚ୍ଚ ମାସରୁ ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଥିଲା କିନ୍ତୁ ପୁଣି ଥରେ ଟ୍ରେନ ଚାଳିବ। କିନ୍ତୁ ଟ୍ରେନରେ କେମିତି ଯାତ୍ରୀ ସଂଖ୍ୟା ହ୍ରାସ ହେବ ସେନେଇ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି!