-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
କଟକ ::(ଡ଼ଃ. କୁମୁଦ ଚନ୍ଦ୍ର ବେହେରା) କରୋନା ମହାମାରୀରେ ସମଗ୍ର ବିଶ୍ୱ କବଳିତ ହୋଇ ସାମାଜିକ ଓ ଆର୍ଥିକ ଅବସ୍ଥା ଭୁଶୁଡ଼ି ଯିବା ସହ ଅସହ୍ୟ ଥଣ୍ଡା ଜନ ଜୀବନକୁ ଦୁର୍ବିସହ କରିଛି। ଏଥିପାଇଁ ଇଂରାଜୀ ନବବର୍ଷ ଅବସରରେ ସୋସାଇଟି ଚେଞ୍ଜର୍ସ ସଂଗଠନ ପକ୍ଷରୁ କେନ୍ଦ୍ରୀୟ ସଭାପତି ସାରଦା ପ୍ରସାଦ ଦାସଙ୍କ ନେତୃତ୍ୱରେ ପ୍ରବଳ ଶୀତରେ ଥରହର ହେଉଥିବା ବିଭିନ୍ନ ରାସ୍ତାକଡର ଅସହାୟ ବୃଦ୍ଧ, ବୃଦ୍ଧା ଓ ବିଭିନ୍ନ ଅନାଥ ଆଶ୍ରମ ପିଲାଙ୍କୁ ୫୦୦ କମ୍ବଳ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ପ୍ରୀୟବ୍ରତ ଦାସ, ସତ୍ୟସୁମନ ରାଉତରାୟ, ଅଭିନବ ବେହେରା, ରାହୁଲ ପ୍ରାମାଲିକ, ପ୍ରଦୀପ ଦାସ, ପ୍ରଭାତ ସାହୁ, ସତ୍ୟଜିତ ସାହୁ ଓ କମଲ ଦତ୍ତ ପ୍ରମୁଖ ସକ୍ରିୟ ସହଯୋଗ ପ୍ରଦାନ କରି ଅସହାୟମାନଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରିଥିଲେ। ଆଗାମୀ ଦିନରେ ସଂଗଠନ ପକ୍ଷରୁ ଏମିତି ଅନେକ ଜନହିତ କାର୍ଯ୍ୟ କରାଯିବ ନେଇ ଶ୍ରୀ ଦାସ ସୁଚନା ଦେଇଛନ୍ତି।